ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଲକ୍‌ଡାଉନ୍‌ ବେଳେ ଖାଦ୍ୟ ପାଇଁ ସଂଘର୍ଷ କରୁଛି ପଞ୍ଜାବର ଏକ ପରିବାର। ରିକ୍ସାରେ ଗର୍ଭବତୀଙ୍କୁ ବସାଇ ରାସନ ସାମଗ୍ରୀ ଖୋଜୁଛନ୍ତି ପରିବାର ଲୋକେ।  

କରୋନା ଯୋଗୁଁ ସାରା ଦେଶ ଏବେ ଲକ୍‌ଡାଉନ୍‌ ହୋଇ ଅଛି। ଏହି ଲକ୍‌ଡାଉନ୍‌ ମଧ୍ୟରେ କିଛି ଅସହାୟ ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି। ଜଣେ ଗର୍ଭବତୀ ମହିଳାଙ୍କୁ ରିକ୍ସାରେ ବସାଇ ତାଙ୍କ ପରିବାର ରାସନ ସାମଗ୍ରୀ ଖୋଜୁଛନ୍ତି। ଏଭଳି ଚିତ୍ର ଦେଖିବାକୁ ମିଳିଛି ପଞ୍ଜାବର ଅମୃତସରଠାରେ।

ପୂର୍ବରୁ ଏହି ପରିବାର ଚାଲିଚାଲି ରାସନ ସାମଗ୍ରୀ ଖୋଜୁଥିଲେ। ହେଲେ ଏବେ ପରିବାର ଜଣେ ସଦସ୍ୟ ଗର୍ଭବତୀ ହେବା ପରେ ତାଙ୍କୁ ରିକ୍ସାରେ ନେବାକୁ ପଡ଼ିଲା। ବଞ୍ଚିବା ପାଇଁ ଖାଦ୍ୟର ଅନୁସନ୍ଧାନ ଏଯାଏଁ କରୁଛନ୍ତି ଏହି ପରିବାର। ହେଲେ ସବୁଠି ନିରାଶ ହେବାକୁ ପଡୁଛି।

ରିକ୍ସା ଚଲାଉଥିବା ମହିଳା ଜଣକ କହିଛନ୍ତି ଯେ ଗତ ଏକ ମାସ ହେବ ରାସନ ପାଇଁ ଆମେ ବୁଲୁଛୁ। କେତେବେଳେ କିଏ କୌଣସି ସ୍ଥାନକୁ ପଠାଇ ଦିଅନ୍ତି ତ କିଏ ପ୍ରଶାସନ ପାଖକୁ ପଠାଇ ଦିଅନ୍ତି। ହେଲେ ଏଯାଏଁ ରାସନ ସାମଗ୍ରୀ ମିଳିପାରୁନାହିଁ।

ବର୍ତ୍ତମାନ ପଞ୍ଜାବରେ ୨୭୭ କେସ୍‌ ସାମ୍ନାକୁ ଆସିଛି ଯେଉଁଥିରେ ୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୬ ଜଣଙ୍କ ମୃତ୍ୟୁ ହୋଇଛି।

Comment