ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା କ୍ରିକେଟ୍‌ ଆସୋସିଏସନ (ଓସିଏ)ର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି ସଞ୍ଜୟ ବେହେରା। ସଞ୍ଜୟ ୪୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନବ ପଟ୍ଟନାୟକ ୨୫ ଖଣ୍ଡ ଭୋଟ ପାଇଥିଲେ।

ସଞ୍ଜୟ ହେଉଛନ୍ତି ଆଶୀର୍ବାଦ ବେହେରାଙ୍କ ପୁଅ। ଆଶୀର୍ବାଦ ପୂର୍ବରୁ ଓସିଏ ସମ୍ପାଦକ ଥିଲେ।

ସେହିପରି ଯୁଗ୍ମ ସମ୍ପାଦକ ଭାବେ ମେହତାବ ଖାନ୍‌ ନିର୍ବାଚିତ ହୋଇଛନ୍ତି। ସେ ୪୦ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ସୁଜିତ ପ୍ରଧାନ ୩୦ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ। କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ବିକାଶ ୪୦ ଖଣ୍ଡ ଭୋଟ ପାଇଥିବା ବେଳେ ଅନିଲ ବିଶ୍ୱାଳ ୩୦ ଖଣ୍ଡ ଭୋଟ ପାଇଛନ୍ତି।

ଓସିଏର ବିଭିନ୍ନ ପଦବୀ ପାଇଁ ଆଜି ନିର୍ବାଚନ ହୋଇଥିଲା। ମୋଟ ୭୩ ଜଣ ଭୋଟର ଭୋଟ ଦେଇଥିଲେ। ୭୦ ଜଣ ଓସିଏ କନଫରେନ୍ସ ହଲ୍‌ରେ ହୋଇଥିବା ମତଦାନ କେନ୍ଦ୍ରରେ ଭୋଟ ଦେଇଥିବା ବେଳେ ଆଉ ୩ ଜଣ ପୋଷ୍ଟାଲ ବାଲଟରେ ଭୋଟ ଦେଇଥିଲେ।

Comment