ଓଡ଼ିଶାଲାଇଭ୍ ବ୍ୟୁରୋ

 (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ସଦର ମହକୁମାଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ପର୍ଯ୍ୟଟନ କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ଗଜପତି ଛକଠାରୁ ପର୍ଯ୍ୟଟନସ୍ଥଳୀ ଦେଇ ରାୟଗଡ଼ା ରେଳବାଇ ଷ୍ଟେସନ ପର୍ଯ୍ୟନ୍ତ ଏକ ବିଶାଳ ଶୋଭାଯାତ୍ରା ବାହାରିଥିଲା।

ରାୟଗଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ୠତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଉପଜିଲ୍ଲାପାଳଙ୍କ ସମେତ ଅନ୍ୟ ଜିଲ୍ଲାଧିକାରୀମାନେ ଉପସ୍ଥିତ ରହିଥିଲେ।

ଚଳିତ ବର୍ଷ ‘ପର୍ଯ୍ୟଟନ ଏବଂ ନିଯୁକ୍ତି ସମସ୍ତଙ୍କ ନିମନ୍ତେ ଉନ୍ନତର ଭବିଷ୍ୟତ’ର ବିଷୟବସ୍ତୁକୁ ନେଇ ଲୋକଙ୍କୁ ସଚେତନ କରାଇଥିଲେ। ଏହି ଶୋଭାଯାତ୍ରାରେ ରାୟଗଡ଼ା ସ୍ୱଂୟଶାସିତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ଜିସିଡି ହାଇସ୍କୁଲର ଛାତ୍ରଛାତ୍ରୀ ଓ ଏନସିସି କ୍ୟାଡେଟ ଏବଂ ବିଜୁ ଯୁବ ବାହିନୀର ସଦସ୍ୟମାନେ ଯୋଗ ଦେଇଥିଲେ। ଜିଲ୍ଲା କ୍ରୀଡ଼ାଧିକାରୀ ଶେଖ୍ ଅଲିନୁର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Comment