ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଭାରତର ସ୍ଵାଧୀନତା ସଂଗ୍ରାମରେ ସହିଦ ହୋଇଥିବା ବୀରପୁତ୍ରମାନଙ୍କ ଉପରେ ବଲିଉଡ଼ରେ ଢେର ଫିଲ୍ମ ନିର୍ମିତ ହୋଇଛି। ହେଲେ ଭଗତ ସିଂ ଜଣେ ଏମିତି ସହିଦ ତାଙ୍କ ଉପରେ ଏକାଧିକ ଫିଲ୍ମ ନିର୍ମିତହୋଇଛି। ଏମିତିକି ଗୋଟିଏ ବର୍ଷରେ ତାଙ୍କ ଉପରେ ୩ଟି ଫିଲ୍ମ ନିର୍ମିତ ହୋଇଥିଲା। ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ସେହି ଫିଲ୍ମ ବିଷୟରେ…

 ଲିଜେଂଡ ଅଫ ଭଗତ ସିଂ

ଏହି ଫିଲ୍ମରେ ଅଜୟ ଦେବଗନ ସହିଦ ଭଗତ ସିଂହଙ୍କର ଭୂମିକାରେ ଆସିଥିଲେ। ଏହି ଫିଲ୍ମ ୨୦୦୨, ଜୁନ ୭ରେ ରିଲିଜ ହୋଇଥିଲା। ଫିଲ୍ମରେ ଅଜୟ ଦେବଗନ ସହିଦ ଭଗତ ସିଂଙ୍କର ଭୂମିକାରେ ଖୁବ ପସନ୍ଦ ଆସିଥିଲେ ଏହି ଫିଲ୍ମ ପାଇଁ ଅଜୟ ଦେବଗନ ନେସନାଲ ଆୱାର୍ଡ ପାଇଥିଲେ।

ସହିଦ ଏ ଆଜମ୍‌

ସେହି ବର୍ଷ ରିଲିଜ ହୋଇଥିଲା ଫିଲ୍ମ ସହିଦ -ଏ -ଆଜମ ।ଏହି ଫିଲ୍ମରେ ଭଗତ ସିଂଙ୍କର ରୋଲରେ ଥିଲେ ଆକ୍ଟର ସୋନୁ ସୋଦ। ଫିଲ୍ମର ନିର୍ଦେଶକ ସୁକୁମାର ନାୟର ଥିଲେ ।ଏହି ଫିଲ୍ମ ବକ୍ସ ଅଫିସରେ ସେମିତି କିଛି କମାଲ କରି ପାରି ନ ଥିଲା।

୨୩ ମାର୍ଚ୍ଚ ୧୯୩୧: ସହିଦ

ଅଜୟ ଦେବଗନଙ୍କର ଫିଲ୍ମ ସାଥିରେ ଆଉ ଗୋଟିଏ ଫିଲ୍ମ ହୋଇଥିଲା, ସେଥିରେ ବବି ଦେଓଲ ଭଗତ ସିଂଙ୍କର ଭୂମିକାରେ ଥିଲେ ।ଏହି ଫିଲ୍ମ ଥିଲା ’୧୩ ମାର୍ଚ୍ଚ ୧୯୩୧: ସହିଦ’। ଏହି ଫିଲ୍ମରେ ବବିଙ୍କ ସାଥିରେ ତାଙ୍କ ଭାଇ ସନି ଦେଓଲ ମଧ୍ୟ ନଜର ଆସିଥିଲେ। ସନି ଦେଓଲ ଚନ୍ଦ୍ରଶେଖର ଆଜାଦଙ୍କର ଭୂମିକାରେ ଥିଲେ।

Comment