ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବାବୁସାନଙ୍କ ଆଗାମୀ ଫିଲ୍ମ ମିଷ୍ଟର ମଜନୁ ଫିଲ୍ମର ଗୀତର ଭିଡିଓ ରିଲିଜ ହୋଇଛି। ଯେଉଁଥିରେ ରୋମାଣ୍ଟିକ ଗୀତରେ ନଜର ଆସୁଛନ୍ତି ବାବୁସାନ ଓ ସୂର୍ଯ୍ୟମୟୀ।

‘ତୁ ଚଞ୍ଚଳ ନଇ ଟେ, ମୁଁ ଚଗଲା ଦରିଆ। ଭାଙ୍ଗି ସବୁ ମୁହାଣ ମୋ ଭିତରେ ବହିଯା’। ଏ କୌଣସି ରୋମାଣ୍ଟିକ କବିତା ନୁହେଁ କି କୌଣସି ପ୍ରେମିକର ଲେଖା ନୁହେଁ। ଏ ହେଉଛି ବାବୁସାନଙ୍କ ଆଗାମୀ ଓଡ଼ିଆ ଫିଲ୍ମ ମିଷ୍ଟର ମଜନୁର ଗୋଟିଏ ରୋମାଣ୍ଟିକ ଗୀତ।

ଶୁକ୍ରବାର ବାବୁସାନଙ୍କ ଆଗାମୀ ଓଡ଼ିଆ ଫିଲ୍ମ ମିଷ୍ଟର ମଜନୁର ପ୍ରଥମ ଅଫିସିଆଲ୍ ଗୀତର ଭିଡିଓ ରିଲିଜ ହୋଇଛି। ଏହି ଗୀତର ନାଁ ରହିଛି ‘ତୁ ଚଞ୍ଚଳା ନଇ’। ଗୀତରେ ଅଭିନେତା ବାବୁସାନ ଓ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଦେଖିବାକୁ ମିଳିଛି।

ଏହି ଗୀତରେ ଗୋଟିଏ ରୋମାଣ୍ଟିକ ସେଟରେ ନଜର ଆସୁଛନ୍ତି ବାବୁସାନ ଓ ସୂର୍ଯ୍ୟମୟୀ। ଗୋଟିଏ ଝରଣା ତଳେ ଦୁଇଜଣ ନାୟକ ନାୟିକା ରୋମାଣ୍ଟିକ୍ ଗୀତରେ ନଜର ଆସିବେ।

ଏହି ରୋମାଣ୍ଟିକ ଗୀତକୁ ଗାଇଛନ୍ତି ଗାୟକ ସ୍ୱୟମ୍ ପାଢ଼ୀ ଓ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ। ଏହାସହ ଫିଲ୍ମର ସବୁ ଗୀତରେ ସଂଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର। ପୂର୍ବରୁ ରିଲିଜ ହୋଇଥିବା ସବୁ ଫିଲ୍ମରେ ଅଭିଜିତଙ୍କ ଗୀତକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି। ତେଣୁ ଫିଲ୍ମର ଏହି ରୋମାଣ୍ଟିକ ନିଶ୍ଚିତ ଭାବେ ଏଥର ଦଶହରା ପୂଜା ବଜାରରେ ଚହଳ କରିବ ବୋଲି କୁହାଯାଉଛି।

ଆଗାମୀ ଦଶହରାରେ ଓଡ଼ିଆ ଫିଲ୍ମ ମିଷ୍ଟର ମଜନୁ ରିଲିଜ୍ ହେବାକୁ ଯାଉଛି। ଏହି ଫିଲ୍ମରେ ବାବୁସାନଙ୍କ ବିପକ୍ଷରେ ତିନିଜଣ ଅଭିନେତ୍ରୀ ସୂର୍ଯ୍ୟମୟୀ, ଶୀତଲ୍ ଏବଂ ଦିବ୍ୟା ଅଭିନୟ କରିଛୁନ୍ତି। ଏହି ଫିଲ୍ମରେ ଦର୍ଶକ ବାବୁସାନଙ୍କୁ ଗୋଟିଏ ଭିନ୍ନ ରୂପରେ ଦେଖିବାକୁ ପାଇବେ। କାରଣ ଏହି ଫିଲ୍ମ ପାଇଁ ବାବୁସାନ ତାଙ୍କ ବଡି ଫିଗରରେ ବହୁତ ପରିବର୍ତ୍ତନ ଆଣିଛନ୍ତି।

LEAVE A REPLY

Please enter your comment!
Please enter your name here