ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାକୁ ନେଇ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହା ମଧ୍ୟରେ ସରକାର ଲୋକମାନଙ୍କୁ କରୋନା ମୁକାବିଲା କରିବା ପାଇଁ ସଚେତନ କରୁଛନ୍ତି। ସେହିପରି ଓଲିଉଡ୍‌ର କିଛି ଆଗ ଧାଡ଼ିର କଳାକାର ମଧ୍ୟ ଲୋକଙ୍କୁ ସଚେତନ କରିବାକୁ ଆଗେଇ ଆସିଛନ୍ତି। କରୋନାକୁ କିଭଳି ବ୍ୟାପିବାରୁ ରୋକିବା? କିଭଳି ସଠିକ ଭାବେ ହାତ ଧୋଇବା? ସେନେଇ ଭିଡିଓ କରି ସେୟାର କରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଝିଲିକ ଭଟ୍ଟାଚାର୍ଯ୍ୟ, ବାବୁସାନ୍‌ ଓ ଆକାଶ ଦାସନାୟକ।

ଆସନ୍ତୁ ଜାଣିବା କରୋନାକୁ ମୁକାବିଲା କରିବାକୁ କିଏ, କ’ଣ କହିଲେ?

ବର୍ଷା ପ୍ରିୟଦର୍ଶିନୀ ଏନେଇ ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କହିଛନ୍ତି, “କରୋନା ଭଳି ମାରାତ୍ମକ ରୋଗକୁ ମୁକାବିଲା କରିବାକୁ ଆମକୁ ସଚେତନ ହେବାକୁ ପଡ଼ିବ। ସାବୁନ ଓ ସାନିଟାଇଜରରେ ସବୁଦିନ ହାତ ଧୁଅନ୍ତୁ। କାଶ, ଛିଙ୍କ ହେଲେ ନିକଟସ୍ଥ ଡାକ୍ତରଖାନାରେ ଦେଖାନ୍ତୁ। ଘରେ ଥିବା ବୟସ୍କ ଲୋକଙ୍କ ପ୍ରତି ଅଧିକ ୟତ୍ନବାନ୍‌ ହୁଅନ୍ତୁ, ସେମାନଙ୍କ ଧ୍ୟାନ ନିଅନ୍ତୁ।”

ଝିଲିକ ଭଟ୍ଟାଚାର୍ଯ୍ୟ ନିଜ ଇନଷ୍ଟାଗ୍ରାମରେ ଭିଡିଓ କରି କହିଛନ୍ତି, “ନିଜକୁ ସୁରକ୍ଷିତ ରଖିଲେ ଆମେ କରୋନା ଭାଇରସ୍‌କୁ ରୋକିପାରିବା। ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରଖିଲେ ଆମେ ସୁରକ୍ଷିତ ରହିପାରିବା। ଯଦି ଥଣ୍ଡା ଜ୍ଵର ହେଉଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।”

ଏହାସହ କିଭଳି ସଠିକ ଭାବେ ହାତ ଧୋଇବେ ସେନେଇ ମଧ୍ୟ ଭିଡିଓରେ ସେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

ବାବୁସାନ ମଧ୍ୟ ଇନ୍‌ଷ୍ଟାଗ୍ରାମରେ କହିଛନ୍ତି, “ନିଜ ହାତକୁ ସୁରକ୍ଷିତ ରଖିଲେ ଶରୀର ମଧ୍ୟ ସୁରକ୍ଷିତ ରହିପାରିବ। ଏହାସହ ଘରୁ କମ୍‌ ବାହରନ୍ତୁ, ମାସ୍କ ପିନ୍ଧନ୍ତୁ, ଠିକ ଭାବେ ହାତ ଧୁଅନ୍ତୁ। ଙଆଥ ଧୋଇଲା ବେଳେ ସାନିଟାଇଜର୍‌ ବ୍ୟବହାର କରନ୍ତୁ।”

ଆକାଶ ଦାସନାୟକ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ କରି କଭଳି ସଠିକ ଭାବେ ହାତ ଧୋଇବ ସେନେଇ ପରାମର୍ଶ ଦେଇଥିଲେ। ହାତ ସୁସ୍ଥ ରହିଲେ ଶରୀର ସୁରକ୍ଷିତ ରହିପାରିବ ବୋଲି ସେ କହିଥିଲେ।

Comment