ଓଡ଼ିଶାଲାଇଭ ବ୍ୟୁରୋ

ଲାଞ୍ଚ ମାଗି ସସ୍‌ପେଣ୍ଡ ହେଲେ ପୋଲିସ ଏଏସଆଇ। ଝାରସୁଗୁଡା ଜିଲ୍ଲା ବନହରପାଲି ଥାନାର ଏଏସଆଇ ପରିକ୍ଷିତ ସାହୁ ଲାଞ୍ଚ ମାଗିବାର ଏକ ଭିଡିଓ ଭାଇରାଲ ହୋଇଥିଲା। ପରେ ଜିଲ୍ଲା ଆରକ୍ଷୀ ଅଧିକାରୀ ତାଙ୍କୁ ନିଲମ୍ବିତ କରିବାସହ ଘଟଣାର ତଦନ୍ତର ନିର୍ଦ୍ଦେଶ ଦେଇଛନ୍ତି।

ଏବେ ପରକ୍ଷିତଙ୍କୁ ଡିଏସପି ହେଡ୍‌କ୍ଵାଟରରେ ଡସିପ୍ଲିନାରି କଣ୍ଟ୍ରୋଲରେ ରଖାଯାଇଛି। ତାଙ୍କ ନାମରେ ପୂର୍ବରୁ କର୍ତ୍ତବ୍ୟରେ ଅବହେଳା ଲାଞ୍ଚ ଦାବି କରୁଥିବା ଅଭିଯୋଗ ହେଉଥିଲେ ମଧ୍ୟ ପ୍ରମାଣ ଅଭାବରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନଥିଲା ବୋଲି ଜିଲ୍ଲା ଆରକ୍ଷୀ ଅଧିକାରୀ କହିଛନ୍ତି।

ବନ୍ଧବାହାଲ ନିବାସୀ କପିଲ ଚୌଧୁରୀଙ୍କ ଏକ ଟେମ୍ପୁକୁ ଏଏସଆଇ ପରକ୍ଷୀତ ସାହୁ ଅଟକ ରଖି ଲାଞ୍ଚ ଦାବି କରିଥିଲେ। କପିଲ ଲାଞ୍ଚ ନଦେଇ କୋର୍ଟରୁ ଟେମ୍ପୁର ରିଲିଜ ଅର୍ଡର ଆଣିଥିଲେ। କୋର୍ଟରୁ ରିଲିଜ ଅର୍ଡର ମିଳିବା ସତ୍ତ୍ଵେ ଟେମ୍ପୁକୁ ଛାଡିବା ପାଇଁ ଏଏସଆଇ ପରିକ୍ଷୀତ ଲାଞ୍ଚ ମାଗିବା ସହ କପିଲ ଚୌଧୁରୀଙ୍କୁ ଅଭଦ୍ର କଥା କହି ଧମକ ଦେଇଥିଲେ।  ତେବେ ଏହାର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଝାରସୁଗୁଡ଼ା ପୋଲିସ।

Comment