ଓଡ଼ିଶାଲାଇଭ ବ୍ୟୁରୋ

ରଦ୍ଦ ହେଲା ଡାନ୍ସ ବାର୍‌କୁ ମିଳିଥିବା ଅଗ୍ନି ନିରାପତ୍ତା ଏନଓସି। ଏହାକୁ ରଦ୍ଦ କରିଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା। ତ୍ରୁଟିପୂର୍ଣ୍ଣ ଭାବେ ଏନଓସି ଦିଆଯାଇଥିବା ନେଇ ଏହାକୁ ରଦ୍ଦ କରାଯାଇଛି।

ତେବେ ଏନଓସି ରଦ୍ଦ ନେଇ ଅବକାରୀ କମିସନଙ୍କୁ ମଧ୍ୟ ଜଣାଇ ଦିଆଯାଇଛି। ଏହାସହ ଏନ୍‌ଓସି କିଏ ଦେଇଥିଲେ? ଯାଞ୍ଚ ହୋଇଥିଲା କି ନାହିଁ? ତାହାର ତଦନ୍ତ ଆରମ୍ଭ କରାଯାଇଛି। ତ୍ରୁଟିପୂର୍ଣ୍ଣ ଏନଓସି ଦେଇଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି।

କିଛିଦିନ ପୂର୍ବେ ରାଜଧାନୀର ବିଭିନ୍ନ ବାର ଉପରେ ଚଢ଼ାଉ କରି ଏହାକୁ ବନ୍ଦ କରି ଦିଆଯାଇଥିଲା। ପରେ ପୁଣି ରାଜଧାନୀରେ ୭ଟି ବାର୍‌ ଖୋଲିବାକୁ ଅନୁମତି ଦେଇଥିଲେ ଅବକାରୀ କମିସନର। ହେଲେ ବାର୍‌ ଖୋଲିବା ସହ ଅନେକ ସର୍ତ୍ତ ମଧ୍ୟ ରଖାଯାଇଛି। ଏହାକୁ ଉଲ୍ଲଘଂନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା।

ତେବେ ବର୍ତ୍ତମାନ ପୁଣି ବାର୍‌ର ଅଗ୍ନି ନିରାପତ୍ତା ଏନଓସି ରଦ୍ଦ କରାଯିବା ଘଟଣା ବାର ମାଲିକଙ୍କ ନିଦ ହଜାଇ ଦେଇଛି।

Comment