ଓଡ଼ିଶାଲାଇଭ୍ ବ୍ୟୁରୋ

mo bus fleet CRUT

ଏଣିକି ମୋ ବସ୍‌ରେ ମିଳିବ ଓଡ଼ିଆ ନ୍ୟୁଜ୍‌ ପେପର୍‌। ଯାତ୍ରୀମାନଙ୍କ ସୁବିଧା ଓ ଆବଶ୍ୟକତା ପୂରଣ କରିବା ପାଇଁ କ୍ରୁଟ୍‌ ତରଫରୁ ମାଗଣାରେ ଓଡ଼ିଆ ସମ୍ବାଦ ପତ୍ର ଯୋଗାଇ ଦିଆଯିବ।

ପ୍ରଥମ ପର୍ଯ୍ୟାୟରେ ମୋ ବସ୍‌ ଯାତ୍ରା ସମୟରେ ଇଂଲିସ୍‌ ନ୍ୟୁଜ୍‌ ପେପର୍‌ ଯୋଗାଇ ଦିଆଯାଇଥିଲା। କିନ୍ତୁ ବର୍ତ୍ତମାନ ଓଡ଼ିଆ ନ୍ୟୁଜ୍‌ ପେପର୍‌ ବି ଉପଲବ୍ଧ ହେବ। ଯାତ୍ରୀମାନେ ଯାତ୍ରା ସମୟରେ ନ୍ୟୁଜ୍‌ ପେପର୍‌ ପଠନ କରିବାକେର ସୁଯୋଗ ପାଇବା ସହିତ ଓହ୍ଲାଇବା ବେଳେ ଏହି ପେପର୍‌କୁ ପାଖରେ ବସିଥିବା ଯାତ୍ରୀକୁ ପ୍ରଦାନ କରିବେ।

‘‘ଜନସାଧାରଣଙ୍କ ଆବଶ୍ୟକତାକୁ ପୂରଣ କରିବାକୁ ଯାଇ ଆମେମାନେ ବିଭିନ୍ନ ଯୋଜପା କାର୍ଯ୍ୟକାରୀ କରୁଛୁ। ଏହି ସେବା ଦ୍ୱାରା ଆମେ ଭାଷାର ପ୍ରଚାର ପ୍ରସାର ସହିତ ଯାତ୍ରୀମାନଙ୍କୁ ପଢ଼ିବାର ଅଭ୍ୟାସକୁ ପ୍ରୋତ୍ସାହିତ ଏବଂ ବିକଶିତ କରିବାକୁ ଲକ୍ଷ୍ୟ ରଖିଛୁ’’, କହିଛନ୍ତି କ୍ରୁଟ୍‌ର ମହା ପ୍ରବନ୍ଧକ ତଥା ପ୍ରବକ୍ତା ଦିପ୍ତୀ ମହାପାତ୍ର।

Comment