ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ପ୍ରମୁଖ ଖବର।

ଝାରସୁଗୁଡ଼ା: ଭୁଶୁଡୁଛି ସ୍କୁଲ ଛାତ, ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ

ବିପଦ ଜନକ ଅବସ୍ଥାରେ ସ୍କୁଲରେ ପଢୁଛନ୍ତି ପିଲା। ସ୍କୁଲ ଛାତ ଭୁଶୁଡି ପଡ଼ିଥିବା ଯୋଗୁଁ ବାରଣ୍ଡାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ବହୁଦିନ ହୋଇଯିବ ଏହା ମରାମତି ମଧ୍ୟ କରା ଯାଉନାହିଁ। ଏମିତି ଅବସ୍ଥା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ରାଜପୁର ପଞ୍ଚାୟତର ଆମଦରହ ଗ୍ରାମର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

ବାରବାଟୀ ମା’ଙ୍କ ଷୋଡ଼ଶ ପୂଜା ନୀତି; ଯୁବପିଢ଼ିଙ୍କ ହାତରେ ପରମ୍ପରା

ଶାରଦୀୟ ପୂଜା ପାଇଁ ଚଳଚଞ୍ଚଳ ହୋଇଛି ପୁରୀର ବିଭିନ୍ନ ପୀଠ ଓ ପୂଜା ମଣ୍ଡପ। ଦଶହରା ଯେତିକି ପାଖେଇ ଆସୁଛି କର୍ମକର୍ତ୍ତାଙ୍କ ମଧ୍ୟରେ ସେତିକି ତତ୍ପରତା ଦେଖିବାକୁ ମିଳିଛି।

ଭଡ଼ାଘରୁ ନବଦମ୍ପତିଙ୍କ ମୃତଦେହ ଉଦ୍ଧାର – ୫ମାସ ପୂର୍ବରୁ କରିଥିଲେ ପ୍ରେମ ବିବାହ

ଚିଲିକା ନିକଟସ୍ଥ ବାଣପୁର ଥାନା ନଈରୀ ବଡ଼ସାହିର ଏକ ଭଡ଼ାଘରୁ ନବଦମ୍ପତିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ୫ ମାସ ପୂର୍ବରୁ ପ୍ରେମ ବିବାହ କରିଥିବା ଏହି ଦମ୍ପତିଙ୍କ ମୃତ୍ୟର କାରଣ ଜଣାପଡ଼ିନାହିଁ।

୩୯ ଛୁଇଁଲେ ‘କସୌଟୀ ଜିନ୍ଦେଗୀ କେ’ର ପ୍ରେରଣା

ହିନ୍ଦୀ ଟେଲିଭିଜନ ଜଗତରେ ଏକ ପରିଚିତ ନାଁ ହେଉଛି ଶ୍ୱେତା ତିୱାରୀ। ନିଜର ସୁନ୍ଦର ଅଭିନୟ ମାଧ୍ୟମରେ ସେ ଖୁବଶୀଘ୍ର ହିନ୍ଦୀ ଟେଲିଭିଜନ ଜଗତରେ ଲୋକପ୍ରିୟ ହୋଇପାରିଥିଲେ। ଏହି ଅଭିନେତ୍ରୀ ଜଣକ ୧୯୮୦ ମସିହା ଅକ୍ଟୋବର ୪ରେ ଉତ୍ତରପ୍ରଦେଶର ପ୍ରତାପଗଡ଼ରେ ଜନ୍ମଗ୍ରହଣ କରିଥିଲେ।

ରୁଷିଲେ ଦାମ – କହିଲେ, ‘ଆଉ ନିର୍ବାଚନ ଲଢ଼ିବିନି’

ଆଉ ନିର୍ବାଚନ ଲଢିବେନି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ନିଜେ ଏକଥା କହିଛନ୍ତି ଦାମ ରାଉତ। ବିଜେପୁର ଉପନିର୍ବାଚନ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ହେବା ପରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ତେବେ ସେ ଦଳ ଉପରେ ଅଭିମାନ କରି ଏଭଳି ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି।

ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ଵାଲଙ୍କ ଯୋଡ଼ି ଭାଙ୍ଗିଲା ଏହି ସବୁ ରେକର୍ଡ

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଦମଦାର ବ୍ୟାଟିଂ କରିଛନ୍ତି ଦୁଇ ଭାରତୀୟ ଓପନର ରୋହିତ ଶର୍ମା ଓ ମୟଙ୍କ ଅଗ୍ରଓ୍ଵାଲ। ଏହି ମ୍ୟାଚରେ ସେମାନେ ୩୧୭ରନର ପର୍ଟନରସିପ କରିଛନ୍ତି। ଏହି ମ୍ୟାଚ ଜରିଆରେ ମୟଙ୍କ ଅଗ୍ରଓ୍ଵାଲ ନିଜ କ୍ୟାରିୟରର ପ୍ରଥମ ଦ୍ଵିଶତକ କରିଥିବା ବେଳେ ରୋହିତ ଶର୍ମା ୧୭୬ ରନ କରିଛନ୍ତି।

Comment