ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡାରୁ ତୁଷାର ରଞ୍ଜନ ସାହୁ): ଓଡିଶା ଗ୍ରାମୀଣ କ୍ରିକେଟ ଲିଗ୍‌ର ପରୀକ୍ଷା ମୂଳକ ପଞ୍ଜିକରଣ ଆରମ୍ଭ ହୋଇଛି। ସ୍ଥାନୀୟ ଡ଼ିଆରଡ଼ିଏ କନଫରେନ୍ସ ହଲରେ ଏହାର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଶୁଭାରମ୍ଭ କରିଥିଲେ।

ପ୍ରଥମ ପର୍ଯ୍ୟାୟରେ ଜିଲାରେ ୨୦୦୦ ଖେଳାଳିଙ୍କୁ ଚିହ୍ନଟ କରାଯିବ। ସେମାନଙ୍କ ମଧ୍ୟରୁ ୩୬୦ ଜଣଙ୍କୁ ଚିହ୍ନଟ କରାଯାଇ ଜିଲ୍ଲାସ୍ତରୀୟ ଲିଗ୍‌ରେ ଭାଗ ନେବାକୁ ସୁଯୋଗ ଦିଆଯିବ। ପରବର୍ତ୍ତୀ ସମୟରେ ପଯ୍ୟାର୍ୟ କ୍ରମେ ରାଜ୍ୟ ଓ ଜାତୀୟ ସ୍ତରରେ ଖେଳିବାକୁ ସୁଯୋଗ ଦିଆଯିବା ନେଇ ଆୟୋଜକଙ୍କ ତରଫରୁ କୁହାଯାଇଛି। ଶନିବାରଠାରୁ ଅନଲାଇନରେ ଖେଳାଳିଙ୍କ ପଞ୍ଜୀକରଣ ଆରମ୍ଭ ହେବ।

ଓଡିଶା ଗ୍ରାମୀଣ କ୍ରିକେଟ ଲିଗ୍‌ର ଜିଲ୍ଲା ସଭାପତି କିରଣ କୁମାର ବିଡ଼ିକା, ଓଡିଶା ଗ୍ରାମୀଣ କ୍ରିକେଟ ଲିଗ୍‌ର ରାଜ୍ୟ ସଭାପତି ଇନ୍ଦ୍ରଜିତ ବିଡ଼ିକା, ଆଞ୍ଚଳିକ ସଂଯୋଜକ ଅଧିକାରୀ ସୁଶୀଲ ବରବରଆ। ଏହାସହ ୧୧ଟି ବ୍ଲକର ସଂଯୋଜକ ଓ ଖେଳାଳିମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here