ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମା’ ଦୁର୍ଗାଙ୍କ ମହାନବମୀ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ପୂଜା ମଣ୍ଡପ। ସୁନା, ଚାନ୍ଦି ଆଭୂଷଣରେ ଝଟକୁଛନ୍ତି ମା’। ସ୍ୱତନ୍ତ୍ର ମନ୍ତ୍ର, ତନ୍ତ୍ର, ପୂଜାରେ ମହିଷମର୍ଦିନୀଙ୍କୁ କରାଯାଉଛି ଆବାହାନ। ଘଣ୍ଟ ଘଣ୍ଟା ଶବ୍ଦରେ କମ୍ପୁଛି ପରିବେଶ।

ଦଶହରାରେ ମହାନବମୀ ଏକ ଗୁରୁତ୍ୱପୂର୍ଣ୍ଣ ପୂଜା। ସକାଳୁ ପୂଜା ମଣ୍ଡପରେ ଲାଗିଲାଣି ଶ୍ରଦ୍ଧାଳୁଙ୍କ ଭିଡ଼। ସକାଳେ ମା’ଙ୍କର ମହାସ୍ନାନ ପରେ ବଭିନ୍ନ ପାରମ୍ପରିକ ରୀତିନୀତିରେ ପୂଜା କରାଯିବ।

ପବିତ୍ର ମହାନବମୀରେ ମା’ଙ୍କ ଦର୍ଶନ ପାଇଁ ପୂଜାମଣ୍ଡପରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼।

ଦୁର୍ଗା ପୂଜା ଅବସରରେ ରାଜ୍ୟର ବିଭିନ୍ନ ପୂଜାମଣ୍ଡପଗୁଡ଼ିକରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଭକ୍ତଙ୍କ ସମାଗମ ରହୁଛି। ପୂଜାମଣ୍ଡପ ଗୁଡ଼ିକ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ଦୋକାନ ବଜାର ଏବଂ ଦୋଳି, ପୂଜା ମାହୋଲକୁ ଦ୍ୱିଗୁଣିତ କରିଦେଉଛି। କେତେକ ପୂଜାମଣ୍ଡପରେ ସୁନା, ଚାନ୍ଦି ଏବଂ ରୂପାରେ ସଜ୍ଜା ଯାଇଛି ମାଆଙ୍କୁ। ଏହାକୁ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି।

ଆସନ୍ତା କାଲି ବିଜୟା ଦଶମୀ। ଦେବୀପୀଠରେ ବିଜୟା ଦଶମୀ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

Comment