ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟ୍ରେନରେ ଯିବ ଆସିବା କରୁଛନ୍ତି କି? ସାବଧାନ! ଟ୍ରେନରେ ମାତିଛନ୍ତି ମୋବାଇଲ ଲୁଟେରା। ଭିନ୍ନ ଭିନ୍ନ ଉପାୟରେ ଯାତ୍ରୀଙ୍କଠୁ ଫୋନ୍‌ ନେଇ ଫେରାର ହୋଇ ଯାଉଛନ୍ତି ଲୁଟେରା। ଦେଖୁ ଦେଖୁ ଆଖି ଆଗରେ ନିଜ ମୋବାଇଲ ଫୋନ୍‌ ହରାଉଛନ୍ତି ଯାତ୍ରୀ।

ଖାସ୍‌ କରି ଏହି ଘଟଣା ଟ୍ରେନରେ ହିଁ ଅଧିକ ଘଟୁଛି। ଏହି ଚୋରିରୁ ନିଜକୁ ବଞ୍ଚେଇବା ପାଇଁ ଟ୍ରେନରେ ଯିବା ଆସିବା କରିବା ସମୟରେ କେତେକ ସାବଧାନତା ଅବଲମ୍ବନ କରିବା ନିହାତି ଆବଶ୍ୟକ।

ଯେମିତିକି

  • ଟ୍ରେନରେ ଯାତ୍ରା କରିବା ସମୟରେ ଫୋନ୍‌କୁ ହାତରେ ନଧରିବ।
  • ବ୍ୟାଗର କୌଣସି ଏକ ସୁରକ୍ଷିତ ସ୍ଥାନରେ ଫୋନ୍‌ ଓ ଅନ୍ୟ ଜରୁରୀ ଜିନିଷ ରଖିବା। ନଜ ଜିନିଷକୁ ଦାୟିତ୍ୱର ସହ ରଖିବା।
  • ଆଖପାଖ ଲୋକଙ୍କ ଉପରେ ନଜର ରଖିବା ଭଳି କେତେକ ସାବଧାନତା ଆପଣେଇବା ଆବଶ୍ୟକ।

ସୁବଠୁ ଗୁରୁତ୍ୱପୂର୍ଣ୍ଣ କଥା ବର୍ତ୍ତମାନ ସମୟରେ ମୋବାଇଲ ଫୋନ୍‌ ସମସ୍ତଙ୍କ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଛି। ପ୍ରାୟତଃ ସମସ୍ତେ ନିଜର ଅତି ଦରକାରୀ ଡାଟା ଫୋନ୍‌ରେ ହିଁ ରଖିଥାନ୍ତି। ଫୋନ୍‌ ଚୋରି ହେବା ଦ୍ୱାରା ଏହି ଗୁରୁତ୍ୱପୂର୍ଣ୍ଣ ଡାଟା ମଧ୍ୟ ବ୍ୟବାହାରକାରୀ ହରାଉଛନ୍ତି।

ତେବେ ଫୋନ୍‌ ଚୋରି ହୋଇଗଲେ ଆପଣଙ୍କ ଡାଟାର ଯେମିତି କେହି ଅପବ୍ୟବହାର ନ କରି ପାରିବେ ସେଥିଲାଗି ମଧ୍ୟ ଆପଣ ସଜାଗ ରହିବା ଦରକାର।

ଡାଟା ଚୋରିରୁ ବର୍ତ୍ତିବା ପାଇଁ କ’ଣ କରିବେ?

ପ୍ରଥମେ ଆପଣଙ୍କୁ ଆପ୍‌ ଲକ୍‌ ଡାଉନଲୋଡ କରି ସମସ୍ତ ଆପ୍‌ରେ ଲକ୍‌ ପକାଇବା ଦରକାର। ଫଳରେ ଆପଣଙ୍କ ଫୋନ୍‌ ଚୋରାଇ ନେଇଥିବା ବ୍ୟକ୍ତି ଆପଣଙ୍କର କୌଣସି ଆପ୍‌କୁ ଖୋଲି ପାରିବ ନାହିଁ।

ଦ୍ୱିତୀୟତଃ ଆପଣ ଫୋନ୍‌ରେ ‘ଗୁଗଲ ଫାଇଣ୍ଡ୍‌ ମାଇଁ ଫୋନ୍‌’ ରଖିପାରିବେ। ଫଳରେ ଆପଣଙ୍କ ଫୋନ୍‌ କେଉଁଠି ଅଛି ଆପଣ ଲୋକେସନ ଜାଣିପାରିବେ।

ଆପଣ ଆପଣଙ୍କ ଡାଟାକୁ ଗୁଗଲ ବ୍ୟାକଅପ୍‌ ରଖିପାରିବେ। ଫଳରେ ଫୋନ ହଜିଲେ ମଧ୍ୟ ଆପଣ ଡାଟା ପୁଣିଥରେ ଫେରିପାଇବେ।

Comment