ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ିବା ସହ ଏହି ଦୃଶ୍ୟକୁ ଭାଇରାଲ କରିବା ଘଟଣାରେ ଜଣେ ଯୁବକକୁ ଗିରଫ କରିଛି ପୋଲିସ। ଉକ୍ତ ଯୁବକର ନାମ ଅଗସ୍ତି ଗରଡ଼ା। ଅଭିଯୁକ୍ତଙ୍କ ଘର ଟିକିରି ଥାନା ଅନ୍ତର୍ଗତ ପଞ୍ଚାଲି ଗ୍ରାମରେ।

ଅଭିଯୁକ୍ତ ଜଣକ ହିନ୍ଦୁ ଦେବାଦେବୀଙ୍କ ଫଟୋ ପୋଡ଼ିବା ସହ ଏହି ଦୃଶ୍ୟକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ କରିଥିଲା। ଏହାକୁ ନେଇ ରାୟଗଡ଼ା ଜିଲ୍ଲାରେ ତୀବ୍ର ପ୍ରତିକ୍ରିଆ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ରାୟଗଡ଼ା ପୋଲିସ ଏକ ମାମଲା ରୁଜୁ କରି  ୩୪୫/୧୯ ଅଣ୍ଡର ସେକ୍ସନ ୧୫୩ ଏ/୨୯୫/ ୨୯୫ ଏ/୩୪/୧୨୦ ବି ଦଫାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି। ଏହାସହ ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜୁଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଶ୍ରାବଣ ବିବେକ ଏମ ସୂଚନା ଦେଇଛନ୍ତି।

Comment