ଓଡ଼ିଶାଲାଇଭ ବ୍ୟୁରୋ  

(ରାୟଗଡାରୁ ତୁଷାର ରଞ୍ଜନ ସାହୁ): ମୋ ସରକାର ଯୋଜନାର ସମୀକ୍ଷା କରିବାକୁ ରାୟଗଡ଼ାରେ ପହଞ୍ଚିଛନ୍ତି 5Tର ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍। ଆଜି ଅପରାହ୍‌ଣରେ ସଚିବ ଭି.କାର୍ତ୍ତିକେୟାନ୍‌ ପାଣ୍ଡିଆନ୍, ଜାତୀୟ ସ୍ଵାସ୍ଥ୍ୟ ମିଶନର ସଚିବ ସାଲିନୀ ପଣ୍ଡିତ୍ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର୍.ବାଲକ୍ରିଷ୍ଣାନ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି।

ପ୍ରଥମେ ସେ ରୋଗୀମାନଙ୍କ ସହ ମିଶି ସ୍ଵାସ୍ଥ୍ୟସେବା ସଂପର୍କରେ ପଚାରି ବୁଝିଥିଲେ। ଏହାପରେ ଜିଲ୍ଲାପାଳ ଓ ସିଡିଏମଓଙ୍କ ସହ ଜିଲ୍ଲାର ସ୍ଵାସ୍ଥ୍ୟ ଭିତ୍ତିଭୂମି ନେଇ ଆଲୋଚନା କରିଥିଲେ। ଏହାସହ ସ୍ଵାସ୍ଥ୍ୟସେବା ସଂପର୍କରେ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ।

ଅନ୍ୟପକ୍ଷରେ ଗ୍ରାମାଞ୍ଚଳରେ ଷ୍ଟାଫ୍‌ମାନଙ୍କ ରହିବା ପାଇଁ କ୍ଵାର୍ଟର୍ସ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀ ସଂପର୍କିୟଙ୍କ ପାଇଁ ଆଶ୍ରୟସ୍ଥଳୀ ଓ ପାର୍କିଙ୍ଗ୍ ବ୍ୟବସ୍ଥା ତୁରନ୍ତ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

Comment