ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫୋର୍ବ୍ସ ଇଣ୍ଡିଆ ମାଗାଜିନ ପକ୍ଷରୁ ପ୍ରକାଶିତ ୨୦୧୯ ଭାରତର ସବୁଠାରୁ ଧନୀ ତାଲିକାରେ ପୁଣିଥରେ ରିଲାଏନ୍ସ ଗ୍ରୁପର ମାଲିକ ମୁକେଶ ଅମ୍ବାନି ଆଗରେ। ଏହାସହ ସେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ହେବାର ଗୌରବ ଅର୍ଜନ କରିଛନ୍ତି। କୁହାଯାଏ ଗୁଜୁରାଟୀ ଲୋକେ ବେପାର କରିବାରେ ଧୁରନ୍ଧର। ତେବେ ଚଳିତ ଫୋର୍ବ୍ସ ତାଲିକାର ପ୍ରଥମ ୫ ଜଣଙ୍କ ମଧ୍ୟରେ ମୁକେଶ ଅମ୍ବାନିଙ୍କ ବ୍ୟତୀତ ଆଉ ୩ ଜଣ ଗୁଜୁରାଟୀ ବ୍ୟବସାୟୀ ରହିଛନ୍ତି। ତେବେ ଆସନ୍ତୁ ଜାଣିବା ଭାରତର ସେହି ଧନୀ ବ୍ୟକ୍ତିଙ୍କ ବିଷୟରେ..

ଗୌତମ ଅଦାନୀ

ଚଳିତ ବର୍ଷ ଫୋର୍ବ୍ସ ତାଲିକାରେ ବିଜିନେସ ଟାଇକୁନ୍‌ ଗୌତମ ଅଦାନୀ ଭାରତର ସୁବଠାରୁ ବଡ଼ ଧନୀ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଗୌତମ ଅଦାନୀଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୫.୭ ଅରବ ଡଲାର। ୨୦୧୮ ମସିହା ଫୋର୍ବ୍ସ ତାଲିକାରେ ଗୌତମ ୧୦ ସ୍ଥାନରେ ଥିଲେ। ତେବେ ଚଳିତ ବର୍ଷ ୭ଟି ପାହଚ ଅତିକ୍ରମ କରି ଦେଶର ଦ୍ୱିତୀୟ ବୃହତ୍‌ ଧନୀ ହୋଇପାରିଛନ୍ତି ଗୌତମ ଅଦାନୀ।

ହିନ୍ଦୁଜା ବ୍ରଦର୍ସ

୨୦୧୯ ଫୋର୍ବ୍ସ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି ଅଶୋକ ଲେଲାଣ୍ଡର ମାଲିକ ହିନ୍ଦୁଜା ବ୍ରଦର୍ସ। ଶ୍ରୀଚାନ୍ଦ, ଗୋପୀଚାନ୍ଦ, ପ୍ରକାଶ ଏବଂ ଅଶୋକ। ଏହି ଚାରି ଭାଙ୍କ ମିଳିତ କମ୍ପାନି ହିନ୍ଦୁଜା ଗ୍ରୁପ୍‌। ଚଳିତ ବର୍ଷ ହିନ୍ଦୁଜା ବ୍ରଦର୍ସ ଦେଶର ତୃତୀୟ ଧନି ଭାବେ ଫୋର୍ବ୍ସ ତାଲିକାରେ ସ୍ଥାନ ପାଇଛି। ହିନ୍ଦୁଜା ବ୍ରଦର୍ସ ମୋଟ ସମ୍ପତ୍ତି ମୂଲ୍ୟ ୧୫.୬ ବିଲିୟନ୍‌ ଡଲାର।

ପାଲୋନଜୀ ମିସ୍ତ୍ରୀ

ଦେଶର ସବୁଠାରୁ ବଡ଼ ଧନୀ ଲୋକ ଭାବେ ଫୋବ୍ସ ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି କନ୍‌ଷ୍ଟ୍ରକ୍ସନ୍‌ ଟାଇକୁନ୍‌ ପାଲୋନଜୀ ମିସ୍ତ୍ରୀ। ହିନ୍ଦୁଜା ବ୍ରଦର୍ସ ପରେ ପାଲୋନଜୀ ମିସ୍ତ୍ରୀ ଫୋବ୍ସ ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୫ ବିଲିୟନ ଡଲାର। ୨୦୧୮ରେ ସେ ଫୋର୍ବ୍ସ ତାଲିକାର ପଞ୍ଚମ ସ୍ଥାନରେ ଥିଲେ।

ସୂଚନାଯୋଗ୍ୟ, କୋଟକ ମହେନ୍ଦ୍ରା ବ୍ୟାଙ୍କର ମାଲିକ ଉଦୟ କୋଟକ ଫୋର୍ବ୍ସ ତାଲିକାର ପଞ୍ଚମ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୪.୮ ବିଲିୟନ ଡଲାର। ଗତ ବର୍ଷ ସେ ଏହି ତାଲିଖାର ୧୨ତମ ସ୍ଥାନରେ ଥିଲେ।

ଅନ୍ୟପକ୍ଷରେ ଦେଶ ନାମୀ ଆଇଟି କମ୍ପାନି ‘ୱିପ୍ରୋ’ର ଫାଉଣ୍ଡର ଅଜିମ୍‌ ଫ୍ରେମ୍‌ଜି ୨୦୧୯ ଫୋର୍ବ୍ସ ତାଲିକାରେ ୧୫ଟି ସ୍ଥାନ ତଳକୁ ଖସି ଆସି ୧୭ ତମ ସ୍ଥାନରେ ଅଛନ୍ତି। ଗତବର୍ଷ ଅଜିମ୍‌ ଫ୍ରେମ୍‌ଜି ଦେଶର ସବୁଠାରୁ ବଡ଼ ଧନୀ ଭାବେ ଫୋର୍ବ୍ସ ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲେ। ଚଳିତବର୍ଷ ତାଙ୍କ ସମ୍ପତ୍ତିର ମୂଲ୍ୟ ୭.୨ ବିଲିୟନ୍‌ ଡଲାର।

Comment