ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତର ସମସ୍ତ ରେଳ ଷ୍ଟେସନରେ ଆପଣ ହଳଦିଆ ରଙ୍ଗର ବୋର୍ଡ ଦେଖିଥିବେ। ଯେଉଁଥିରେ ରେଳଷ୍ଟେସନ ଥିବା ସ୍ଥାନ ଲେଖାହୋଇଥାଏ। ତେବେ ଏହି ବୋର୍ଡର ତଳେ ଲେଖାଥିବ କିଛି ଛୋଟ ଅକ୍ଷରକୁ ଆପଣ କେବେ ଦେଖିଛନ୍ତି କି?

ଷ୍ଟେସନରେ ଥିବା ଏହି ହଳଦିଆ ବୋର୍ଡର ତଳେ ଛୋଟ ଛୋଟ ଅକ୍ଷରରେ ସମୁଦ୍ରପତ୍ତନରୁ ଷ୍ଟେସନର ଉଚ୍ଚତା କେତେ ତାହା ଲେଖାହୋଇଥାଏ। ତେବେ ଏହା ପଛର କାରଣ ଜାଣିଛନ୍ତି କି?

ତେବେ ଜାଣନ୍ତୁ ଏହାର କାରଣ କ’ଣ?

ଷ୍ଟେସନରେ ସମୁଦ୍ର ପତ୍ତନ ଲେଖାହେବା ଦ୍ୱାରା ଏହା ରେଳର ଚାଳକକୁ ସହାୟକ ହୋଇଥାଏ। ତେଣୁ ଏହି ବୋର୍ଡମାନଙ୍କରେ ସମୁଦ୍ରପତ୍ତନରୁ ଷ୍ଟେସନର ଉଚ୍ଚତା ଲେଖା ହୋଇଥାଏ।

ମନେକର ଗୋଟିଏ ଟ୍ରେନ ସମୁଦ୍ର ପତ୍ତନରୁ ୧୦୦ ମିଟର ଉଚ୍ଚତାରେ ଥିବା ଷ୍ଟେସନରୁ ୨୦୦ମିଟର ଉଚ୍ଚରେ ଥିବା ଆଉ ଏକ ଷ୍ଟେସନକୁ ଯିବାକୁ ପଡ଼ିବ। ଅର୍ଥାତ ଟ୍ରେନଟିକୁ ୧୦୦ମିଟର ଉଚ୍ଚକୁ ଉଠିବାକୁ ପଡ଼ିବ। ସେହି ଅନୁସାରେ ଟ୍ରେନ ଇଞ୍ଜିନକୁ କେତେ ପାୱାର ଦେବାକୁ ପଡ଼ିବ ତାହା ଟ୍ରେନର ପାଇଲଟ୍ ଏହି ବୋର୍ଡ ସାହାଯ୍ୟରେ ଜାଣିପାରିଥାନ୍ତି।

ସେହିପରି ସମୁଦ୍ର ପତ୍ତନରୁ ୫୦୦ ମିଟର ଉଚ୍ଚରେ ଥିବା ଟ୍ରେନକୁ ସମୁଦ୍ରପତ୍ତନର ୧୦୦ମିଟର ଉଚ୍ଚତାରେ ଥିବା ଆଉ ଏକ ଷ୍ଟେସନକୁ ଯିବାର ଅଛି। ଅର୍ଥାତ ଟ୍ରେନକୁ ୪୦୦ ମିଟର ତଳକୁ ଖସିବାକୁ ପଡ଼ିବ। ଏଥିପାଇଁ ଟ୍ରେନର ପାଇଲଟକୁ କେତେ ବ୍ରେକ୍ ଦେବାକୁ ପଡ଼ିବ ତାହା ପାଇଲଟ ଏହି ବୋର୍ଡ ଦ୍ୱାରା ଜାଣିପାରିଥାଏ।

ଏହା ସାହାଯ୍ୟରେ ଚାଳକ ସଠିକ ଭାବେ ନିୟନ୍ତ୍ରିତ କରି ଟ୍ରେନକୁ ଚଲେଇ ପାରିଥାନ୍ତି। ଏହି ବୋର୍ଡ ରହିବା ଦ୍ୱାରା ଏହା ପାଇଲଟମାନଙ୍କୁ ଟ୍ରେନ ଚଳାଇବାରେ ବେଶ୍ ସହାୟକ ହୋଇଥାଏ।

Comment