ଓଡ଼ିଶାଲାଇଭ୍ ବ୍ୟୁରୋ

ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଜଣେ ମହିଳା ଯାତ୍ରୀ ୩ ଶିଶୁ ପୁତ୍ର ଜନ୍ମ ଦେଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏବେ ୩ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ବେଙ୍ଗାଳୁରୁ-ଗୌହାଟି ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ଜଣେ ଆସାମ ମହିଳା ଯାତ୍ରୀଙ୍କୁ ଭଦ୍ରକ ଷ୍ଟେସନ୍‌ରେ ପ୍ରସବ ଯନ୍ତ୍ରଣା ହେବାରୁ ଏକାଥରେ ୩ଟି ଶିଶୁପୁତ୍ର ଜନ୍ମ ଦେଇଥିଲେ। କିନ୍ତୁ ନବଜାତମାନଙ୍କର ସ୍ୱାସ୍ଥ୍ୟ ଠିକ୍‌ ନଥିଲା। ଫଳରେ ମା’ ସମେତ ୩ ଅସୁସ୍ଥ ନବଜାତଙ୍କୁ ରେଳବାଇ ପକ୍ଷରୁ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ପରେ ତିନି ଶିଶୁ ପୁତ୍ରଙ୍କର ମୃତ୍ୟୁ ଘଟିଛି। କିନ୍ତୁ ମହିଳା ଜଣକ ସୁସ୍ଥ ଥିବା ଜଣାପଡ଼ିଛି।

ଅସୁରକ୍ଷିତ ପ୍ରସବ ଯୋଗୁ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Comment