ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ଅର୍ଥଶାସ୍ତ୍ରରେ ନୋବେଲ ପରସ୍କାର ପାଇଁ ତିନିଜଣ ଅର୍ଥଶାସ୍ତ୍ରୀଙ୍କ ନାଁ ଘୋଷଣା ହୋଇଛି। ସେମାନଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ଭାରତୀୟ ବଂଶୋଦ୍ଭବ ଅଭିଜିତ ବାନାର୍ଜୀ।

ତେବେ କିଏ ସେହି ଅଭିଜିତ ବାନାର୍ଜୀ?

ଅଭିଜିତ ବାନାର୍ଜୀଙ୍କ ଜନ୍ମ କୋଲକାତାରେ ହୋଇଥିଲା। ତାଙ୍କର ପିତା ମାତା ଉଭୟ ଜଣେ ଜଣେ ଅର୍ଥଶାସ୍ତ୍ରର ପ୍ରଫେସର। ଅଭିଜିତ ବାନାର୍ଜୀ କୋଲକାତା ବିଶ୍ୱବିଦ୍ୟାଳୟରେ ପାଠ ପଢ଼ିଥିଲେ। ଏହାପରେ ସେ ଅର୍ଥଶାସ୍ତ୍ରରେ ଏମଏ କରିବା ପାଇଁ ଜେଏନୟୁ ବିଶ୍ୱବିଦ୍ୟାଳୟ ବାଛିଥିଲେ।

୧୯୮୮ ମସିହାରେ ସେ ହାୱାର୍ଡ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଥିଲେ। ବର୍ତ୍ତମାନ ସେ ଆମେରିକାର ମେସାଚୁସେଟ୍ସ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଅଛନ୍ତି।

ଅଭିଜିତଙ୍କ ରିସର୍ଚ୍ଚ ଫଳରେ ଭାରତରୁ ୫୦ଲକ୍ଷ ଗରିବ ପିଲାଙ୍କୁ ଗରିବ ସ୍ତରରୁ ଉଦ୍ଧାର କରାଯାଇପାରିଛି। ବିଶ୍ୱରୁ ଗରିବୀ ଦୂରୀକରଣ ପାଇଁ ତାଙ୍କର ପ୍ରୟୋଗାତ୍ମକ ଦୃଷ୍ଟକୋଣ ବେଶ ସହାୟକ ହୋଇଥିଲା।

ସେ ଅର୍ଥଶାସ୍ତ୍ର ଉପରେ ୪ଟି ବହି ଲେଖିଛନ୍ତି। ତାଙ୍କର ପୁସ୍ତକ ‘ଦୁର୍ବଳ ଅର୍ଥନୀତି’ ଟି ଗୋଲଡେନ୍ ସଚ୍ସ ବିଜନେସ୍ ର ‘ବୁକ୍ ଅଫ ଦ ଇୟର’ର ସମ୍ମାନ ଜିତିଥିଲା।

Comment