ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନାରେ ଦୁଇ ସ୍କୁଲ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଛାତ୍ରୀ ଦୁଇ ଜଣ ହେଲେ ଅନ୍ନପୂର୍ଣ୍ଣା ମଣ୍ଡଳ ଓ ଅନୀତା ବାରିକ। ଦୁଇଜଣଙ୍କ ମଧ୍ୟରୁ ଜଣେ ପଞ୍ଚମରେ ପଢୁଥିବା ବେଳେ ଅନ୍ୟ ଜଣେ ତୃତୀୟ ଶ୍ରେଣୀରେ ପଢୁଛନ୍ତି।

ଅନ୍ନପୂର୍ଣା ଓ ଅନୀତାଙ୍କ ଘର ବଙ୍ଗାଳିପଡ଼ା ଅଞ୍ଚଳରେ। ଦୁହେଁ ସକାଳେ ସ୍କୁଲ ଯିବା ବେଳେ ଜଣେ ଯୁବକ ଲିପ୍ଟ ଦେବା ବାହାନାରେ ତାଙ୍କୁ ଅପହରଣ କରିଥିଲେ। ଏନେଇ ପରିବାର ଲୋକ ପଟ୍ଟମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ।

ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ତେବେ ଅପହରଣ କରାଯାଇଥିବା ଦୁଇ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଅଣାଯାଉଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Comment