ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ଦୁର୍ଗମ ଅଚବା ଗ୍ରାମରେ ପୋଲିସ ପକ୍ଷରୁ ଚଢ଼ାଉ କରି ୨୦୦ ଲିଟର ପୋଚ୍ ନଷ୍ଟ କରାଯାଇଛି। ଶେଷଖାଲ ଥାନା ଅଧିକାରୀ ବିଜୟ ଲକ୍ଷ୍ମୀ ହୁଇକାଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ ଟିମ ଉକ୍ତ ଗ୍ରାମରେ ଆତର୍କିତ ଚଢଉ କରି ଦେଶୀ ମଦ ପ୍ରସ୍ତୁତ କରିବାରେ ବ୍ୟବହୃତ ହେବାକୁ ଥିବା ପୋଚ ନଷ୍ଟ କରିଛନ୍ତି।

ଉକ୍ତ ଘଟଣାରେ ସଂପୃକ୍ତବ୍ୟକ୍ତିଙ୍କ ବିରୋଧରେ ଅବକାରୀ ଆଇନ ଧାରା ୫୨(ଏ) ଅନୁଯାୟୀ ଥାନାରେ ତିନୋଟି ମାମଲା ଦାୟର କରାଯାଇଥିବା ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହୁଇକା ସୂଚନା ଦେଇଛନ୍ତି।

Comment