ଓଡ଼ିଶାଲାଇଭ ବ୍ୟୁରୋ

କେନ୍ଦ୍ରାପଡ଼ାରେ ପହଞ୍ଚିଛନ୍ତି 5T ସଚିବ ଭି.କେ ପାଣ୍ଡିଆନ୍‌। ସେଠାରେ ପହଞ୍ଚି ସେ ଜିଲ୍ଲାର ଉନ୍ନୟନ ଓ ସ୍ଵାସ୍ଥ୍ୟକେନ୍ଦ୍ର ସମ୍ପର୍କରେ ସମୀକ୍ଷା କରିଛନ୍ତି। ପାଣ୍ଡିଆନ୍‌ଙ୍କ ସହ ରାଜ୍ୟ ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ରାଜ୍ୟ ସ୍ଵାସ୍ଥ୍ୟ ସଚିବ ଶାଳୀନ ପଣ୍ଡିତ ଉପସ୍ଥିତ ଥିଲେ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସମ୍ପର୍କରେ ରୋଗୀମାନଙ୍କୁ ପଚାରି ବୁଝିଥିଲେ। ଏହାଛଡା ପାଣ୍ଡିଆନ ନିରାମୟ ବିଭାଗରେ ରୋଗୀମାନଙ୍କୁ ଔଷଧ ମିଳୁଛି ନା ନାହିଁ ତାହା ଜାଣିବାକୁ ବିଭିନ୍ନ ରୋଗୀମାନଙ୍କ ସହିତ କଥା ହୋଇଥିଲେ। ଏହାସହ ପ୍ରସୂତି ଓ ଭେଷଜ ବିଭାଗ ମଧ୍ୟ ବୁଲିଥିଲେ। ଅନ୍ୟପକ୍ଷରେ ଶାମଗୁଡିଆଠାରେ ଦୀର୍ଘଦିନ ଧରି ନିର୍ମାଣାଧୀନ ମାତୃ ଶିଶୁ ବିଭାଗ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହାପରେ ଏହି ଉଚ୍ଚସ୍ତରୀୟ ଦଳ କେନ୍ଦ୍ରାପଡ଼ାର ବଡ ଠାକୁର ପ୍ରଭୁ ବଳଦେବଜୀଉଙ୍କୁ ଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ବଳଦେବଜୀଉଙ୍କ ମନ୍ଦିରର ଉନ୍ନୟନ ପାଇଁ ଦେଇଥିବା ଦୁଇ କୋଟି ଟଙ୍କା ସମ୍ପର୍କରେ ମଧ୍ୟ ସମୀକ୍ଷା କରାଯାଇଥିଲା।

Comment