ଓଡ଼ିଶାଲାଇଭ୍ ବ୍ୟୁରୋ

ଚଳିତ ବର୍ଷ ନଭେମ୍ବର ୧୨ରୁ ଆରମ୍ଭ ହେବ କଟକ ବାଲିଯାତ୍ରା। ଉଭୟ ଉପର ଓ ତଳ ପଡ଼ିଆରେ ବାଲିଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି।

କଟକ ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ କଟକ ମହାନଗର ନିଗମ କମିଶନରଙ୍କ ସହ ବହୁ ବରିଷ୍ଠ ଅଧିକାରୀମାନେ ସାମିଲ ଥିଲେ।

ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ଏହି ବାଲିଯାତ୍ରା ଆରମ୍ଭ ହୋଇଥାଏ। ଯାହା ୯ କିମ୍ବା ୧୦ ଦିନ ଧରି ଚାଲିଥାଏ।

ପ୍ରତିବର୍ଷ ବହୁ ଆଡ଼ମ୍ବର ସହକାରେ ମହାନଦୀର ବାଲିପଠାରେ ଏହି ବାଲିଯାତ୍ରା ଅନୁଷ୍ଠିତ ହୋଇଆସୁଛି।

Comment