ଓଡ଼ିଶାଲାଇଭ୍‌ ବ୍ୟୁରୋ

ସରକାରୀ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଅଭିଯୋଗ। ଇଞ୍ଜେକସନ ଦେଲାବେଳେ ୩ ବର୍ଷର ପିଲା ଦେହରେ ସିରିଞ୍ଜ୍‌ର ଛୁଞ୍ଚି ଭାଙ୍ଗି ରହିଗଲା ହେଲେ ଜାଣିପାରିଲେନି ନର୍ସ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଆଠମଲ୍ଲିକ୍‌ ବ୍ଳକ୍‌ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଏହି ଅଭିଯୋଗ ଆଣିଛନ୍ତି ଶିଶୁର ପରିବାର ଲୋକେ।

ଅଭିଯୋଗ ଅନୁଯାୟୀ ଆଠମଲ୍ଲିକ ବ୍ଲକ୍‌ର ମୋହନଖଳି ଗାଁର ଜଣେ ବ୍ୟକ୍ତି ତାଙ୍କର ୩  ବର୍ଷର ଶିଶୁ ପୁତ୍ରକୁ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ। ଶିଶୁ ଥଣ୍ଡା ଓ ଜ୍ୱରରେ ପୀଡ଼ିତ ଥିବାରୁ ମେଡ଼ିକାଲରେ ଶିଶୁକୁ ଏକ ଇଞ୍ଜେକସନ୍‌ ଦେଇଥିଲେ ନର୍ସ।

ସେହି ସମୟରେ ସିରିଞ୍ଜ୍‌ ଭାଙ୍ଗି ଛୁଞ୍ଚିଟି ଶିଶୁର ଦେହରେ ରହିଯାଇଥିଲା। ମାସକ ପରେ ଶିଶୁଟି ଯନ୍ତ୍ରଣା ଅନୁଭବ କରିବାରୁ ପୁଣି ଥରେ ମେଡ଼ିକାଲରେ ଭର୍ତ୍ତି କରାଯିବା ପରେ ତା’ର ଗୁପ୍ତାଙ୍ଗରେ ସିରିଞ୍ଜ୍‌ ଛୁଞ୍ଚି ମୁନ ରହିଥିବା ଜଣାପଡ଼ିଛି। ଶିଶୁଟି ଏବେ ଗୁରତର ଅବସ୍ଥାରେ ଚିକିତ୍ସିତ ହେଉଛି।

Comment