ଓଡ଼ିଶାଲାଇଭ୍ ବ୍ୟୁରୋ

ODISHALIVE_NEWS UPDATE_2PM

ଓଡ଼ିଶା ସହ ଦେଶ ବିଦେଶର ଖବର ପଢ଼ିବାକୁ କ୍ଲିକ୍‌ କରନ୍ତୁ ଓଡ଼ିଶାଲାଇଭ୍ ଆଜିର ନ୍ୟୁଜ୍‌ ଅପ୍‌ଡେଟ୍‌।

ବଢ଼ିଲା ଶକ୍ତି- ସେନାରେ ସାମିଲା ହେଲା ବୋଫର୍ସଠୁ ଅଧିକ କ୍ଷମତାଶାଳୀ ତୋପ ‘ଧନୁଷ୍‌’

ସୀମାରେ ଲଗାତାର ଉତ୍ତେଜନା ଲାଗି ରହିଥିଲା ବେଳେ ସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଭାରତୀୟ ସେନାରେ ସାମିଲ ହେଲା ଧନୁଷ। ଏହି ଧନୁଷ ହେଉଛି ବୋଫର୍ସଠୁ ବି ଅଧିକ ଶକ୍ତିଶାଳୀ ତୋପ। ୫୦ କିଲୋମଟିର ଦୂରରେ ଥିବା ଶତ୍ରୁପକ୍ଷକୁ ଟାର୍ଗେଟ କରିବାର କ୍ଷମତା ଧନୁଷର ରହିଛି।

ଅଟୋକୁ ଧକ୍କା ଦେଲା ବସ୍‌ – ଜଣେ ମୃତ, ୬ ଗୁରୁତର

ଅଟୋକୁ ପିଟିଲା ବସ୍‌। ଫଳରେ ଅଟୋରେ ଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି। ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଆମ୍ବଗଡ଼ାଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଆହତ ହୋଇଥିବା ଅନ୍ୟ ୬ ଜଣଙ୍କ ସ୍ଥାନୀୟ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି।

ପ୍ରଥମ ଥର ପାଇଁ ଓଡ଼ିଶାକୁ ଦେଖିଲି, ଚମକି ପଡ଼ିଲି – ଡକ୍ଟର ଜ୍ୟୋତ୍ସ୍ନା ସୁରୀ

ଭାରତର ଅନ୍ୟତମ ପ୍ରସିଦ୍ଧ ହୋଟେଲ ‘ଦ ଲଳିତ ’ର ମୁଖ୍ୟ, ଫିକିର ପୂର୍ବତନ ଚେୟାରମ୍ୟାନ୍‌ ତଥା ବର୍ତ୍ତମାନ ଫିକିର ଜାତୀୟସ୍ତରର ପର୍ଯ୍ୟଟନ କମିଟିର ଅଧ୍ୟକ୍ଷା ଡକ୍ଟର ଜୋତ୍ସ୍ନା ସୁରୀ ଓଡ଼ିଶା ଟ୍ରାଭେଲ ବଜାରର ତୃତୀୟ ସଂସ୍କରଣରେ ଯୋଗଦେଇ ଓଡ଼ିଶା ସମ୍ପର୍କରେ ନିଜ ଅନୁଭୂତି ବର୍ଣ୍ଣନା କରିଛନ୍ତି।

ଇଞ୍ଜେକସନ ଦେଲାବେଳେ ଶିଶୁ ଦେହରେ ରହିଗଲା ଛୁଞ୍ଚି, ଜାଣିପାରିଲେନି ନର୍ସ

ସରକାରୀ ଡାକ୍ତରଖାନାରେ ଚିକିତ୍ସାରେ ଅବହେଳା ଅଭିଯୋଗ। ଇଞ୍ଜେକସନ ଦେଲାବେଳେ ୩ ବର୍ଷର ପିଲା ଦେହରେ ସିରିଞ୍ଜ୍‌ର ଛୁଞ୍ଚି ଭାଙ୍ଗି ରହିଗଲା ହେଲେ ଜାଣିପାରିଲେନି ନର୍ସ। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଆଠମଲ୍ଲିକ୍‌ ବ୍ଳକ୍‌ ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଏହି ଅଭିଯୋଗ ଆଣିଛନ୍ତି ଶିଶୁର ପରିବାର ଲୋକେ।

ଭିଜିଲାନ୍ସ ଜାଲରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ନୟାଗଡ଼ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ବିନୟ ସବୁଦ୍ଧି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କ ଘରେ ଚଢ଼ାଉ କରିଛନ୍ତି।

ଜନ୍ମଦିନ ସ୍ପେଶାଲ: ୪୯ ବର୍ଷରେ ପାଦ ରଖିଲେ ଅନିଲ କୁମ୍ବଲେ

ଏକାସାଙ୍ଗରେ ସେ ଜଣେ କ୍ରିକେଟର, କୋଚ୍, କମେଣ୍ଟଟେଟର ଓ କ୍ରିକେଟ ପ୍ରଶାସକ। ତାଙ୍କର ଅନେକ ପରିଚୟ କିନ୍ତୁ ଭାରତୀୟ କ୍ରିକେଟରେ ସେ ଜଣେ ଦକ୍ଷ ବୋଲର ଭାବେ ବେଶ୍‌ ପରିଚିତ। ସେ ହେଉଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ କ୍ରିକେଟର ଅନୀଲ କୁମ୍ବଲେ।

ଆରମ୍ଭ ହେଲା Redmi 8 ସ୍ମାର୍ଟଫୋନ୍‌ର ବିକ୍ରି, ମୂଲ୍ୟ ୭,୯୯୯ ଟଙ୍କା

ଚୀନ୍‌ ସ୍ମାର୍ଟଫୋନ ନିର୍ମାତା କମ୍ପାନି ‘ସାଓମି’ର ଲାଟେଷ୍ଟ ବଜେଟ୍‌ ସ୍ମାର୍ଟଫୋନ Redmi 8ର ବିକ୍ରି ଭାରତରେ ଆରମ୍ଭ ହୋଇଯାଇଛି। ବୁଧବାର ଦିନ ୧୨ରୁ ଏହାର ବିକ୍ରି ଆରମ୍ଭ ହୋଇଥିବା ବେଳେ ଗ୍ରାହକ ଏହାକୁ ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟରୁ କିଣି ପାରିବେ।

ସବ୍ୟସାଚୀଙ୍କ ସହ ଥରେ ମାତ୍ର ସ୍କ୍ରିନ ସେୟାର କରିଛନ୍ତି ଏହି ନାୟିକା

ଓଲିଉଡର ସୋବର ବୟ ସବ୍ୟସାଚୀ ପ୍ରଖ୍ୟାତ ନିର୍ଦ୍ଦେଶକ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ’ପାଗଳ ପ୍ରେମୀ’ ଜରିଆରେ ନାୟକ ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ତାଙ୍କର ନାୟିକା ବନିଥିଲେ ଅର୍ପିତା। ଏହା ହିଁ ଯୋଡ଼ିଙ୍କର ପ୍ରଥମ ଓ ଅନ୍ତିମ ସିନେମା ଥିଲା। ହେଲେ ଆପଣ ଜାଣନ୍ତି କି! ଏମିତି ବି ଆହୁରି କିଛି ନାୟିକା ଅଛନ୍ତି, ଯେଉଁମାନେ ଏକାଧିକ ସିନେମାରେ ଅଭିନୟ କରିଛନ୍ତି। ମାତ୍ର ପରଦାରେ ସବ୍ୟସାଚୀଙ୍କ ସହିତ ଥରେ ମାତ୍ର ଅଭିନୟ କରିବାର ସୁଯୋଗ ପାଇଛନ୍ତି।

ପୁଣି ବିଜେଡି ଫେରିବେ କି ଦାମ?

‘‘ମୁଁ କୌଣସି ଦଳରେ ଯୋଗ ଦେବିନି। ଯଦି ବିଜେଡିରୁ ଡକରା ଆସେ ତାହାଲେ ସେ ସମୟ ଆସିଲେ ବିଚାର କରିବି’’, ଏହା ହେଉଛି ଡାକ୍ତର ଦାମୋଦର ରାଉତଙ୍କ ପ୍ରତିକ୍ରିୟା।

ବିଜେପିରୁ ଇସ୍ତଫା ଦେବା ଦାମଙ୍କର ଏହି ମନ୍ତବ୍ୟକୁ ନେଇ ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି। ଦାମ ପୁଣି ବିଜେଡିକୁ ଫେରି ପାରନ୍ତି ବୋଲି କୁହାଯାଉଛି। ତେବେ ବିଜେଡିକୁ ଫେରିବା ପାଇଁ ତାଙ୍କୁ ଡକରା ଆସୁଛି ନା ଦାମ ନିଜ ଆଡୁ ବିଜେଡି ଯାଉଛନ୍ତି ତା’ ଉପରେ ନଜର ରହିଛି।

LEAVE A REPLY

Please enter your comment!
Please enter your name here