ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୀମାରେ ଲଗାତାର ଉତ୍ତେଜନା ଲାଗି ରହିଥିଲା ବେଳେ ସେନାକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଭାରତୀୟ ସେନାରେ ସାମିଲ ହେଲା ଧନୁଷ। ଏହି ଧନୁଷ ହେଉଛି ବୋଫର୍ସଠୁ ବି ଅଧିକ ଶକ୍ତିଶାଳୀ ତୋପ। ୫୦ କିଲୋମଟିର ଦୂରରେ ଥିବା ଶତ୍ରୁପକ୍ଷକୁ ଟାର୍ଗେଟ କରିବାର କ୍ଷମତା ଧନୁଷର ରହିଛି।

ବୁଧବାର ଏହି ଶକ୍ତିଶାଳୀ ତୋପ ଧନୁଷ ଭାରତୀୟ ସେନାରେ ସାମିଲ ହୋଇଥିବା ସ୍ଥଳ ସେନାର କୋର୍‌ କମାଣ୍ଡର ସୂଚନା ଦେଇଛନ୍ତି।  ସେନା ପକ୍ଷରୁ ଧନୁଷର ସମସ୍ତ ପରୀକ୍ଷଣ ଶେଷ ହୋଇଛି। ଏହା ଉଭୟ ଦିନ ଓ ରାତିରେ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି।

ଧନୁଷ୍‌ ଲଗାତର ଦୁଇ ଘଣ୍ଟା ଯାଏ ଫାୟାର କରିପାରିବ। ଏଥିସହ ଏଥିରେ ୪୬.୫ କିଲୋର ଗୋଳା ବାରୁଦ ଭର୍ତ୍ତି କରାଯାଇ ପାରିବ।

Comment