ଓଡ଼ିଶାଲାଇଭ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଛାତ୍ରଛାତ୍ରୀଙ୍କୁ ଖାତା ବହି ବାଣ୍ଟିଲା ବଂଶୀଧର ଓ ଇଲା ଫାଉଣ୍ଡେସନ। ଏଥିରେ ପ୍ରାୟ ୪ହଜାର ୮୯୦ ଛାତ୍ରଛାତ୍ରୀଙ୍କୁ ଖାତା ବହି ବଣ୍ଟା ଯାଇଥିଲା। ରାୟଗଡା ଜିଲ୍ଲା ଥେରୁବାଲିସ୍ଥିତ ଇମ୍ଫା କାରଖାନାର ଉପସଭାପତି କେଭି ରାଓଙ୍କ ନିର୍ଦ୍ଦେଶରେ ଇମ୍ଫାର ସାମାଜିକ ଦାୟିତ୍ଵବୋଧ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ତରଫରୁ ଏହି କାର୍ଯ୍ୟକ୍ରମ କରାଯାଇଥିଲା।

ଥେରୁବାଲି ଆଖପାଖ ଗ୍ରାମାଞ୍ଚଳରେ ଥିବା ବିଦ୍ୟାଳୟଗୁଡ଼ିକରେ ପାଠ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା। ଥେରୁବାଲି, ଖେଦାପଡା, କାର୍ତ୍ତିକାଗୁଡା, କେଲିଗୁଡା, ଡୁମୁରିଗୁଡା, ଭାତପୁର, ବଡଖିଲାପଦର, ଓ ସୁରୀ ଗ୍ରାମ ପଞ୍ଚାୟତ ଅଧିନରେ ଥିବା ୩୪ ଗୋଟି  ଗ୍ରାମର ବିଦ୍ୟାଳୟରେ ଖାତା, ପେନସିଲ, ରବର, କଟର ଓ ଜ୍ୟାମିତି ବାକ୍ସ ବଣ୍ଟନ କରାଯାଇଥିଲା।

ଏନେଇ ଇମ୍ଫା କାରଖାନାର ଉପ ସଭାପତି କେଭି ରାଓ କହିଛନ୍ତି, “ଆମ ଆଖପାଖ ଅଞ୍ଚଳରେ  ଶିକ୍ଷା, ସ୍ଵାସ୍ଥ୍ୟ, କ୍ରୀଡ଼ା, ପାନୀୟ ଜଳ ଓ ପରିବେଶ ସୁରକ୍ଷାର ଉନ୍ନତି ଆମର ସାମାଜିକ ଦାୟିତ୍ଵବୋଧ ଏଥିପାଇଁ ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ସର୍ବଦା ସଚେତନ ରହିଛି।“

Comment