ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ବର୍ଷ ବହୁ ନବବିବାହିତା ଫିଲ୍ମ ଓ ଟିଭି ଅଭିନେତ୍ରୀ ପ୍ରଥମ କରି ପାଳନ କରିଛନ୍ତି କରବା ଚୌଥ୍‌। ଏହି ତାଲିକାରେ ତୃଣମୂଳ କଂଗ୍ରେସ ସାଂସଦ ତଥା ବଙ୍ଗୀୟ ଅଭିନେତ୍ରୀ ନୁସରତ ଜାହାଁ ବି ଅଛନ୍ତିା କରବା ଚୌଥ୍ ପାଳୁଥିବା କେତେକ ଫଟୋ ଇନଷ୍ଟାଗ୍ରାମ୍ ପେଜରେ ଅପ୍ ଲୋଡ୍ କରିଛନ୍ତି ନୁସରତ୍।

ନୁସରତ୍ ଲାଲ୍‌ ରଙ୍ଗର ଶାଢି ପିନ୍ଧି ସଂପୂର୍ଣ୍ଣ ରୀତିନୀତିରେ କରବା ଚୌଥ୍‌ ବ୍ରତ ଖୋଲୁଥିବା ଫଟୋରେ ଦେଖିବାକୁ ମିଳିଛିା

ତେବେ ମୁସଲମାନ ସମ୍ପ୍ରଦାୟର ନୁସରତ୍ ହିନ୍ଦୁ ପର୍ବ ଓ ସମ୍ପ୍ରଦାୟକୁ ମାନିବେ ନା ନାହିଁ ତାହାକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରକାର ସନ୍ଦେହ ଥିଲା। ସୋସିଆଲ୍ ମିଡିଆରେ ନୁସରତଙ୍କ ଏହି ଫଟୋ କିନ୍ତୁ ସମସ୍ତଙ୍କ ସନ୍ଦେହ ଦୂର କରିଛିା ଏହା ପୂର୍ବରୁ ଦଶହରା ପର୍ବ ବି ଖୁବ୍ ଧୁମ୍ ଧାମ୍ ରେ ପାଳନ କରିଥିଲେ ନୁସରତ୍।

Comment