ଓଡ଼ିଶାଲାଇଭ ବ୍ୟୁରୋ

ଏଥର ଲୋକସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ ପକ୍ଷରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ଅଭିନେତ୍ରୀ ନୁସରତ ଜହାଁ। ନିକଟରେ ସେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମଙ୍ଗଳବାର ନବ ବିବାହିତ ସାଂସଦ ନୁସରତ ସଂସଦରେ ଶପଥ ନେଇଛନ୍ତି। ଶପଥ ନେବାପରେ ବାଚସ୍ପତି ଓମ ବିର୍ଲାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି ନୁସରତ।

ଖାସ କଥା ସଂସଦରେ ସମ୍ପୂର୍ଣ୍ଣ ପାରମ୍ପରିକ ବେଶରେ ନଜର ଆସିଛନ୍ତି ନୁସରତ। ମଥାରେ ସିନ୍ଦୂର, ହାତରେ ମେହେନ୍ଦୀ ଲଗାଇ ସେ ସଂସଦରେ ପହଞ୍ଚିଥିଲେ।

ଟିଏମସି ସାଂସଦ ନୁସରତ ଜୁନ ୧୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। କୋଲକାତାର ଜଣେ ବ୍ୟବସାୟୀ ନିଖିଲ ଜୈନଙ୍କୁ ସେ ବିବାହ କରିଛନ୍ତି। ଉଭୟ ତୁର୍କୀର ବୋଡରମ ସହରରେ ବିବାହ କରିଥିଲେ।

ସମ୍ପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା। ବିବାହ ସମୟର କିଛି ଫଟୋକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ ନୁସରତ।

ଗତ କିଛି ବର୍ଷ ଧରି ନୁସରତ ଓ ନିଖିଲଙ୍କ ମଧ୍ୟରେ ବନ୍ଧୁତା ରହିଥିଲା। ସାଧାରଣ ନିର୍ବାଚନ ସରିବା ପରେ ନୁସରତ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ବିବାହ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଅଧିବେଶନର ପ୍ରଥମ ଦିନରେ ଶପଥ ନେଇପାରି ନଥିଲେ ସେ। ଫଳରେ ଆଜି ସେ ଶପଥ ନେଇଛନ୍ତି। ନୁସରତ ଏଥର ପଶ୍ଚିମବଙ୍ଗର ବଶିରହାଟ ସଂସଦୀୟ କ୍ଷେତ୍ରରୁ ବିଜୟ ହୋଇଛନ୍ତି।

Comment