ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଙ୍ଗାଳୀ ଅଭିନେତ୍ରୀ ତଥା ତଥା ଟିଏମସି ସାଂସଦ ନୁସରତ ଜହାଁ ବିବାହ ପରେ ସ୍ୱାମୀଙ୍କ ସହ ପ୍ରଥମ ହରିୟାଲି ତିଜ୍‌ ପାଳନ କରିଛନ୍ତି। ଏହାର ଫଟୋ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଇନଷ୍ଟଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ନୁସରତ ସଂପୂର୍ଣ୍ଣ ରେଡ୍‌ କଲର ଶାଢ଼ି ପିନ୍ଧି ସଂପୂର୍ଣ୍ଣ ପାରମ୍ପରିକ ବେଶରେ ଦେଖାଯାଇଛନ୍ତି।

ଆଉ କିଛି ଫଟୋରେ ସ୍ୱାମୀ ନିଖିଳ ଜୈନଙ୍କ ସହ ପୋଜ୍‌ ଦେଉଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ଉଭୟଙ୍କ ଜବରଦସ୍ତ ବଣ୍ଡିଙ୍ଗ୍‌ ୟୁଜର୍ସଙ୍କୁ ଦିଓ୍ୱାନା କରିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ନୁସରତ ଏହି ବର୍ଷ ଜୁନ୍‌ ୧୯ରେ କୋଲକାତାର ଜଣେ ବିଜନେସ୍‌ ମ୍ୟାନ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ଏହି ବିବାହ ଉତ୍ସବ ତୁର୍କୀରେ ଅନୁଷ୍ଠିତ ହୋଇଥିଲା।

ନିକଟରେ ମଥାରେ ସିନ୍ଦୁର, ହାତରେ ମେହେନ୍ଦୀ ଓ ଶାଢ଼ି ପିନ୍ଧି ଲୋକସଭା ସଦସ୍ୟ ଭାବେ ଶପଥ ନେଇଥିଲେ ଟିଏମସି ସାଂସଦ। ଯାହାକୁ ନେଇ ସେ ବିବାଦରେ ପଡ଼ିଥିଲେ। ସେ ମୁସଲମାନ ସଂପ୍ରଦାୟର ହୋଇ କେମିତି ସଂସଦକୁ ସିନ୍ଦୂର ଲଗାଇ ଯାଇଥିଲେ ବୋଲି ଅନେକ ପ୍ରଶ୍ନ ଉଠାଇଥିଲେ।

Comment