ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଫିଲ୍ମ ଇଣ୍ଡଷ୍ଟ୍ରିରୁ ଟିଏମସି ବଙ୍ଗାଳୀ ଅଭିନେତ୍ରୀ ସାଂସଦ ହୋଇଥିବା ନୁସରତ ଜହାଁ ପୁଣି ଥରେ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ କରିବାକୁ ଯାଉଛନ୍ତି। ସାଂସଦ ହେବାପରେ ସେ ପ୍ରଥମ ଥର ଫିଲ୍ମ ସାଇନ କରିଛନ୍ତି। ଫିଲ୍ମ ସାଇନ କରିଥିବା ନେଇ ନୁସରତ ଜହାଁ ସୋସିଆଲ ମିଡିଆରେ ନିଜେ ଘୋଷଣା କରିଛନ୍ତି। ଫିଲ୍ମରେ କମବ୍ୟାକକୁ ନେଇ ନୁସରତଙ୍କ ପ୍ରଂଶସକ ବେଶ୍‌ ଉତ୍ସାହିତ ଅଛନ୍ତି।

ନୁସରତ କରିବାକୁ ଯାଉଥିବା ଏହି ଫିଲ୍ମର ଟାଇଟଲ ‘ଅସୁର୍‌’ ବୋଲି ଜଣାପଡ଼ିଛି। ଏହି ଫିଲ୍ମରେ ନୁସରତଙ୍କ ବ୍ୟତୀତ ଅଭିନେତା ଅବୀର ଚାଟାର୍ଜୀଙ୍କୁ ବି ଦେଖିବାକୁ ମିଳିବ।

ନୁସରତ ଏହି ବର୍ଷ ଜୁନ୍‌ ୧୯ରେ କୋଲକାତାର ଜଣେ ବିଜନେସ୍‌ ମ୍ୟାନ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ଏହି ବିବାହ ଉତ୍ସବ ତୁର୍କୀରେ ଅନୁଷ୍ଠିତ ହୋଇଥିଲା।

ନିକଟରେ ମଥାରେ ସିନ୍ଦୁର, ହାତରେ ମେହେନ୍ଦୀ ଓ ଶାଢ଼ି ପିନ୍ଧି ଲୋକସଭା ସଦସ୍ୟ ଭାବେ ଶପଥ ନେଇଥିଲେ ଟିଏମସି ସାଂସଦ। ଯାହାକୁ ନେଇ ସେ ବିବାଦରେ ପଡ଼ିଥିଲେ। ସେ ମୁସଲମାନ ସଂପ୍ରଦାୟର ହୋଇ କେମିତି ସଂସଦକୁ ସିନ୍ଦୂର ଲଗାଇ ଯାଇଥିଲେ ବୋଲି ଅନେକ ପ୍ରଶ୍ନ ଉଠାଇଥିଲେ।

Comment