ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୯ ଲୋକସଭା ନିର୍ବାଚନରେ ଅନେକ ଭୋଟ ବ୍ୟବଧାନ ବିଜେପି ଐତିହାସିକ ବିଜୟ ହାସଲ କରିଛି। ଏଥର ମଇଦାନରେ ଅନେକ ସେଲିବ୍ରିଟି ବି ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ଅନେକ ସଫଳ ବି ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଜଣେ ଅଭିନେତ୍ରୀ ହେଲେ ନୁସରତ ଜହାଁ, ଯେ ପଶ୍ଚିମବଙ୍ଗରେ ଏକ ଲୋକପ୍ରିୟ ଅଭିନେତ୍ରୀ। ନୁସରତ ଟିଏମସି ଟିକେଟରେ ଏଥର ବଶିରହାଟ ସଂସଦୀୟ କ୍ଷେତ୍ରରୁ ବିଜୟ ହୋଇଛନ୍ତି। ସେ ୩୫୦୩୬୯ ଭୋଟରେ ବିଜୟ ହୋଇଛନ୍ତି।

ସେ ନିର୍ବାଚନ ଜିତିବା ପରେ ତାଙ୍କର ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଥିଲା। ଏବେ କିନ୍ତୁ ତାଙ୍କର ବିବାହ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏ ନେଇ ନିକଟରେ ନୁସରତ ନିଜ ଇନଷ୍ଟାଗ୍ରାମରେ ନିଜ ବିବାହକୁ ନେଇ ହେଉଥିବା ଚର୍ଚ୍ଚାର ଅନ୍ତ କରିଛନ୍ତି।

 

View this post on Instagram

 

When reality is finally better than ur dreams, the best thing to hold on to in life… is each other..!! @nikhiljain09

A post shared by Nusrat (@nusratchirps) on

 ନୁସରତ ଇନଷ୍ଟାଗ୍ରାମରେ ନିଜର ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ରିଙ୍ଗ ଥିବା ତାଙ୍କ ହାତ ନଜର ଆସିଛି, ତାଙ୍କ ହାତ ସହ ଆଉ ଜଣଙ୍କ ହାତ ବି ନଜର ଆସିଛି। ଏଥିରେ ସେ ଏକ ସୁନ୍ଦର କ୍ୟାପସନ ବି ଲେଖିଛନ୍ତି ତାହା ହେଉଛି, “ଯେତେବେଳେ ବାସ୍ତବତା ସ୍ଵପ୍ନଠୁ ବି ସୁନ୍ଦର ହୁଏ, ତାହାକୁ ଜୀବନରେ ସବୁବେଳେ ପାଇଁ ସାଇତି ରଖିବା ଦରକାର।”

ନୁସରତଙ୍କ ଏହି ଫଟୋ ତାଙ୍କ ବିବାହ ଖବରକୁ ପକ୍କା କରିଛି। ମିଡିଆ ରିପୋଟ ଅନୁସାରେ ସେ ଖୁବଶିଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେ କୋଲକାତାର ବିଜିନେସମ୍ୟାନ୍ ନିଖିଲ୍ ଜୈନଙ୍କୁ ବିବାହ କରିବେ। ନୁସରତ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ।

ସେ ଜାନୁଆରୀ୮ , ୧୯୯୦ରେ କୋଲକାତାରେ ଜନ୍ମଗ୍ରହଣ କରିଥିଲେ। ଏହାସହିତ ସେ ଅନେକ ସୁନ୍ଦରୀ ପ୍ରତିଯୋଗିତାର ଟାଇଟଲକୁ ବି ନିଜ ନାଁ କରିସାରିଛନ୍ତି। ସେ ବିକମରେ ସ୍ନାତକ କରିଛନ୍ତି।

Comment