ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

  • ବିଜେପୁରରେ ୨୮୫ଟି ବୁଥ୍‌
  • ୨ ଲକ୍ଷ ୩୨ ହଜାର ୨୬୪ ଭୋଟର କରିବେ ମତଦାନ
  • ୧୨୯ଟି ସମ୍ବେଦନଶୀଳ ଓ ୬ଟି ମାଓ ପ୍ରବଣ ବୁଥ୍‌
  • ୨୭୫୦ ଦିବ୍ୟାଙ୍ଗ ଭୋଟର ଦେବେ ଭୋଟ୍‌
  • ୧୪ଟି ସ୍ଥାନରେ ଲାଗିବ ସିସିଟିଭି
  • ୭୭ଟି ସ୍ଥାନରେ ମାଇକ୍ରୋ ଅବଜର୍‌ଭର୍‌ ରହିବେ

ବିଜେପୁର ଉପନିର୍ବାଚନ ପାଇଁ ଶନିବାର ସନ୍ଧ୍ୟାରେ ଶେଷ ହୋଇଛି ପ୍ରଚାର। ଆଉ ଦିନକ ପରେ ଅର୍ଥାତ୍‌ ସୋମବାର ଦିନ ହେବ ଭୋଟ। ଏଥିପାଇଁ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ପ୍ରଚାର ଶେଷ ହୋଇଥିବାରୁ ଆଜିଠାରୁ ବିଜେପୁରରେ ବାହାରର ଲୋକ ରହିପାରିବେ ନାହିଁ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ଏସ୍‌ କେ ଲୋହାନୀ। ଯଦି ସେମାନେ ରୁହନ୍ତି ତାହାଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏସ୍‌ କେ ଲୋହାନୀ କହିଛନ୍ତି, ‘‘ବିଜେପୁରରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ପାଇଁ ୨୮୫ଟି ବୁଥ୍‌ ହୋଇଛି। ୨ ଲକ୍ଷ ୩୨ ହଜାର ୨୬୪ ଭୋଟର ମତଦାନ କରିବେ। ବିଜେପୁରରେ ୧୨୯ଟି ସମ୍ବେଦନଶୀଳ ଓ ୬ଟି ମାଓ ପ୍ରବଣ ବୁଥ୍‌ ରହିଛି। ୧୪ଟି ସ୍ଥାନରେ ସିସିଟିଭି ଓ ୭୭ଟି ସ୍ଥାନରେ ମାଇକ୍ରୋ ଅବଜର୍‌ଭର୍‌ ରହିବେ। ନିର୍ବାଚନ ପରିଚାଳନା ପାଇଁ ୧ ହଜାର ୮୯୫ କର୍ମଚାରୀ ନିୟୋଜିତ ହୋଇଛନ୍ତି।’’

୨୭୫୦ ଦିବ୍ୟାଙ୍ଗ ଭୋଟର ମତଦାନ କରିବେ। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ପ୍ରତି ବୁଥ୍‌ରେ ୨ ଜଣ ସ୍ୱେଚ୍ଛାସେବୀ ରହିବେ ବୋଲି ଲୋହାନୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here