ଓଡ଼ିଶାଲାଇଭ ବ୍ୟୁରୋ

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଶେଷ ଟେଷ୍ଟ ମ୍ୟାଚରେ ଓପନର ରୋହିତ ଶର୍ମା ଦ୍ଵିଶତକ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ପ୍ରଥମ ଦ୍ଵିଶତକ। ଭାରତୀୟ କ୍ରିକେଟ ଇତିହାସରେ ଦ୍ଵିଶତକ ହାସଲ କରିଥିବା ଖେଳାଳିମାନଙ୍କ ମଧ୍ୟରେ ରୋହିତ ଶର୍ମା ସ୍ଥାନ ପାଇଛନ୍ତି। ଭାରତରୁ ବିରାଟ କୋହଲି, ସଚିନ ତେନ୍ଦୁଲକର, ବିରେନ୍ଦ୍ର ସେହଓ୍ଵାଗ, ରାହୁଲ ଦ୍ରାବିଡ, ସୌରଭ ଗାଙ୍ଗୁଲି, ସୁନିଲ ଗାଭାସ୍କର ଆଦି ଖେଳାଳି ଦ୍ଵିଶତକ ହାସଲ କରିଛନ୍ତି।

ତେବେ ଏହି ଦ୍ଵିଶତକ ହାସଲ କରିବାରେ ବିରାଟ କୋହଲି ସବୁଠାରୁ ଆଗରେ ରହିଛନ୍ତି। ସେ ଟେଷ୍ଟରେ ସର୍ବାଧିକ ୭ ଥର ଦ୍ଵିଶତକ ହାସଲ କରିଛନ୍ତି। ତେବେ ଆସନ୍ତୁ ଜାଣିବା ଟେଷ୍ଟ କ୍ରିକେଟରେ ବ୍ୟାଟ୍ସମ୍ୟାନଙ୍କ ଦ୍ଵିଶତକ।

ବିରାଟ କୋହଲି(୭)

ଦ୍ଵିଶତକ ହାସଲ କରିବାରେ ବିରାଟ କୋହଲି ଭାରତୀୟ କ୍ରିକେଟରଙ୍କ ମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି। ସେ ସର୍ବାଧିକ ୭ଟି ଦ୍ଵିଶତକ ହାସଲ କରିଛନ୍ତି। ବର୍ତ୍ତମାନ ତାଙ୍କ ଖେଳ ଯଦି ଆଗକୁ ଏହି ଭଳି ଜାରି ରହିବ ତେବେ ସେ ଦ୍ଵିଶତକରେ ବିଶ୍ଵ ରେକର୍ଡକୁ ମଧ୍ୟ ଭାଙ୍ଗି ଦେବେ। ସେ ତାଙ୍କ ପ୍ରଥମ ଦ୍ଵିଶତକ ଶ୍ରୀଲଙ୍କା ବିପକ୍ଷରେ ୨୪୩ ରନ କରିଥିଲେ। ପରେ ସେ ପୁଣି ଶ୍ରୀଲଙ୍କା ବିପକ୍ଷରେ ଦଜ୍ଵିଶତକ ହାସଲ କରିବା ସହ ଇଂଲଣ୍ଡ, ବାଂଲାଦେଶ, ଓ୍ଵେଷ୍ଟଇଣ୍ଡିଜ, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଗୋଟିଏ ଲେଖାଏଁ ଦ୍ଵିଶତକ ହାସଲ କରିଛନ୍ତି। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦଟେଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚରେ ସେ ତାଙ୍କ ଶେଷ ଦ୍ଵିଶତକ ହାସଲ କରିଥିଲେ।

ସଚିନ ତେନ୍ଦୁଲକର(୬)

କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ମଧ୍ୟ ଏହି ରେକର୍ଡରେ ରହିଛନ୍ତି। ସେ ବିରାଟ କୋହଲିଙ୍କ ପଛକୁ ରହିଛନ୍ତି। ଟେଷ୍ଟ କ୍ରିକେଟରେ ସେ ୬ଟି ଦ୍ଵିଶତକ ହାସଲ କରି ଏହି ତାଲିକାର ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଏହାସହ ସେ ଟେଷ୍ଟରେ ୫୧ ଶତକ ହାସଲ କରିଛନ୍ତି। ସେ ଥଆଙ୍କ ପ୍ରଥମ ଦ୍ଵିଶତକ ଢାକାରେ ବାଂଲାଦେଶ ବିପକ୍ଷରେ ୨୪୮ ରନ କରିଥିଲେ। ପରେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁଇଥର ଓ ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ, ଜିମ୍ଵାଓ୍ଵେ ବିପକ୍ଷ ଗୋଟିଏ ଲେଖାଏଁ ଦ୍ଵିଶତକ ହାସଲ କରିଥିଲେ।

ବିରେନ୍ଦ୍ର ସେହଓ୍ଵାଗ(୬)

ସଚିନ ତେନ୍ଦୁଲକରଙ୍କ ସହ ସମାନ ସ୍ଥିତିରେ ରହିଛନ୍ତି ବିରେନ୍ଦ୍ର ସେହଓ୍ଵାଗ୍‌। ସେ କେବଳ ଦ୍ଵିଶତକ ନୁହେଁ ତ୍ରିଶତକ ହାସଲ କରିବାରେ ମଧ୍ୟ ପ୍ରଥମ ଭାରତୀୟ। ଟେଷ୍ଟ କ୍ରିକେଟରେ ସେ ୨ ଥର ତ୍ରିଶତକ ହାସଲ କରିଛନ୍ତି। ତାଙ୍କ ସମୟରେ ସେ ବିସ୍ଫୋରକ ଓପନର ଭାବେ ମଧ୍ୟ ପରିଚିତ ଥିଲେ। ସେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୧୯ରନର ସର୍ବାଧିକ ସ୍କୋର କରିଥିଲେ। ପରେ ପାକିସ୍ତାନ ବିପକ୍ଷରେ ୩ଟି ଦ୍ଵିଶତକ, ଶ୍ରୀଲଙ୍କା ବିପକ୍ଷରେ ୨ଟି ଓ ଗୋଟିଏ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଥିଲେ।

ରାହୁଲ ଦ୍ରାବିଡ(୫)

୯୦ ଦଶକରେ ରହୁଲ ଦ୍ରାବିଡ ବେଶ ଚର୍ଚ୍ଚିତ ଚେହେରା ଥିଲେ। ସେ ମଧ୍ୟ ଟେଷ୍ଟ କ୍ରିକେଟରେ ଦ୍ଵିଶତକ ହାସଲ କରିବାରୁ ବାଦ ପଡ଼ିନାହାନ୍ତି। ବର୍ତ୍ତମାନ ସେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳର କୋଚ ଅଛନ୍ତି। ଦ୍ରାବିଡ ପାକିସ୍ତାନ ବିପକ୍ଷରେ ୨୭୦ ରନର ସର୍ବାଧିକ ରନ କରିଛନ୍ତି। ପରେ ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଜିମ୍ଵାଓ୍ଵେ ବିପକ୍ଷରେ ଗୋଟିଏ ଲେଖାଏଁ ଦ୍ଵିଶତକ ହାସଲ କରିଥିଲେ।

ରୋହିତ ଶର୍ମା(୧)

ରୋହିତ ଶର୍ମା ତାଙ୍କ କ୍ୟାରିୟରର ପ୍ରଥମ ଦ୍ଵିଶତକ ହାସଲ କରିଛନ୍ତି। ଦିନିକିଆ ଓ ଟି-୨୦ରେ ନିଜ ଜଲଓ୍ଵା ଦେଖାଇବା ପରେ ଏବେ ଟେଷ୍ଟ ମଇଦାନରେ ମଧ୍ୟ ଜଲଓ୍ଵା ଦେଖାଇଛନ୍ତି। ସେ ଦିନିକିଆରେ ୩ଟି ଦ୍ଵିଶତକ ହାସଲ କରିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ମ୍ୟାଚରେ ସେ ନିଜ କ୍ୟାରିୟରର ପ୍ରଥମ ଦ୍ଵିଶତକ ହାସଲ କରିଛନ୍ତି। ଏହି ମ୍ୟାଚରେ ସେ ୨୧୨ରନ କରି ଦ୍ଵିଶତକ କରିବା ଲିଷ୍ଟରେ ସାମିଲ ହୋଇଛନ୍ତି।

Comment