ଓଡ଼ିଶାଲାଇଭ ବ୍ୟୁରୋ

ଆୟକର ହାତରେ ଚେନ୍ନାଇର ‘କଳ୍‌କୀ ଭଗବାନ’ ଆଶ୍ରମ। ଧାର୍ମିକ ଗୁରୁ କଳ୍‌କି ଭଗବାନଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଥିବା ଆଶ୍ରମ ଓ ବିଭିନ୍ନ ଟ୍ରଷ୍ଟ ଆୟକର ବିଭାଗ ଚଢ଼ାଉ କରିଛି। ଚଢ଼ାଉ ବେଳେ ୫୦୦ କୋଟିରୁ ଅଧିକ ଅଘୋଷିତ ସମ୍ପତ୍ତି ଜବତ ହୋଇଛି।

ଆତ୍ମଘୋଷିତ ଧାର୍ମିକ ଗୁରୁଙ୍କ ପ୍ରାୟ ୪୦ଟି ପରିସରରେ ଆୟକର ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ନଗଦ ୪୩.୯ କୋଟି ଟଙ୍କା, ୧୮ କୋଟି ଟଙ୍କା ଏବଂ ବିପୁଳ ପରିମାଣରେ ସୁନା ଓ ହୀରା ମଧ୍ୟ ଜବତ ହୋଇଛି। ୮୮ କିଲୋ ସୁନା ଅଳଙ୍କାର ଜବତ ହୋଇଛି, ଯାହାର ମୂଲ୍ୟ ୨୬ କୋଟି ଟଙ୍କା ହୋଇଥିବା ବେଳେ ହୀରାର ମୂଲ୍ୟ ୫ କୋଟିରୁ ଅଧିକ ହେବ।

କଳ୍‌କୀ ଭଗବାନ ଓରଫ୍‌ ବିଜୟ କୁମାରଙ୍କର ବୟସ ହେଉଛି ୭୦ ବର୍ଷ। ତାମିଲନାଡୁର ଭେଲୋର ଜିଲ୍ଲା ଅନ୍ତର୍ଗତ ନାଥମ୍ ଗ୍ରାମରେ ଜନ୍ମିତ ଏହି ଆତ୍ମଘୋଷିତ ଧର୍ମଗୁରୁ ନିଜକୁ ଭଗବାନ ବିଷ୍ଣୁଙ୍କ ଦଶମ ଅବତାର ବୋଲି ପ୍ରଚାର କରିଆସୁଛନ୍ତି। ୧୯୮୦ରେ ସେ ଜୀବାଶ୍ରମ ସ୍କୁଲ୍‌ ନାମରେ ବିକଳ୍ପ ଶିକ୍ଷା ପ୍ରତିଷ୍ଠାନ ସ୍ଥାପନ କରିଥିଲେ। ଆଶ୍ରମ ସ୍ଥାପନ କରିବା ପୂର୍ବରୁ ବିଜୟ କୁମାର ଏଲ୍‌ଆଇସିରେ ଜଣେ କିରାଣି ଥିଲେ।

Comment