ଓଡ଼ିଶାଲାଇଭ୍ ବ୍ୟୁରୋ

ନୋବେଲ ପୁରସ୍କାର ସହିତ କଲିକତା ସହରର ସଂପର୍କ ବହୁ ପୁରୁଣା କହିଲେ ଭୁଲ ହେବ ନାହିଁ। ଚଳିତବର୍ଷ ନୋବେଲ୍ ପୁରସ୍କାର ବିଜେତା ତାଲିକାରେ ସ୍ଥାନ ପାଇଛନ୍ତି କଲିକତାରେ ଜନ୍ମିତ  ଅଭିଜିତ ବାନାର୍ଜୀ। ଅର୍ଥଶାସ୍ତ୍ର କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛିା

ଏହାସହ ନୋବେଲ ସମ୍ମାନ ହାସଲ କରିଥିବା ଷଷ୍ଠ କଲିକତା ବଂଶୋଦ୍ଭବ ହେବାର ଗୌରବ ଅର୍ଜନ କରିଛନ୍ତି ଅଭିଜିତ। ତାଙ୍କ ପୂର୍ବରୁ ଆହୁରି ୫ ଜଣ ଭାରତୀୟ ନୋବେଲ ପୁରସ୍କାର ଜିତିଛନ୍ତି। ଯେଉଁମାନେ କି ସମୃଦ୍ଧି ଓ ବୁଦ୍ଧିମତାର ଗନ୍ତାଘର କୁହାଯାଇଥିବା କଲିକତା ସହରରୁ ଆସିଛନ୍ତିା ତେବେ ଆସନ୍ତୁ ଜାଣିବା ଏମିତି କିଛି ନୋବେଲ ବିଜୟୀଙ୍କ ବିଷୟରେ ଯେଉଁମାନେ କଲିକାତାରେ ଜଡ଼ିତ ରହିଥିଲେ।

ଅଭିଜିତ ବାନାର୍ଜୀ

ଅଭିଜିତ ବାନାର୍ଜୀ କଲିକତାର ପ୍ରେସିଡେନ୍ସି କଲେଜରେ ଶିକ୍ଷାଲାଭ କରିଛନ୍ତିା ଏହାପରେ ଦିଲ୍ଲୀର ଜେଏନୟୁ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଏମ୍ଏ ଏବଂ  ତା ପରେ ଆମେରିକାର ହାୱାର୍ଡ ବିଶ୍ୱବିଦ୍ୟାଳୟରୁ ପିଏଚଡି ଡିଗ୍ରୀ ହାସଲ କରିଛନ୍ତି। ଚଳିତ ବର୍ଷ ତାଙ୍କୁ ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ପ୍ରଦାନ କରାଯିବାକୁ ଚୟନ କରାଯାଇଛି।

ଅମର୍ତ୍ୟ ସେନ୍

ଅଭିଜିତଙ୍କ ପୂର୍ବରୁ ଅର୍ଥଶାସ୍ତ୍ର କ୍ଷେତ୍ରରେ ନୋବେଲ ପୁରସ୍କାର ହାସଲ କରିଥିବା କଲିକତା ବାସିନ୍ଦା ଥିଲେ ଅମର୍ତ୍ୟ ସେନ୍।  ଅମର୍ତ୍ୟ ସେନ୍ ୧୯୯୮ ମସିହାରେ ନୋବେଲ ପୁରସ୍କାର ହାସଲ କରିଥିଲୋ

ପଶ୍ଚିମବଙ୍ଗର ଶାନ୍ତିନିକେତନରେ ଜନ୍ମଗ୍ରହଣ କରିଥିଲେ ଅମର୍ତ୍ୟ। କଲିକତାର ପ୍ରେସିଡେନ୍ସି କଲେଜରୁ ସ୍ନାତକ ଶିକ୍ଷା ହାସଲ କରିବା ପରେ ଯାଦବପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲୋ ଏହାପରେ ଟ୍ରିନିଟି କଲେଜ୍, ଲଣ୍ଡନ୍ ସ୍କୁଲ୍ ଅଫ୍ ଇକୋନୋମିକ୍ସ୍ ଭଳି ବହୁ ବିଶ୍ୱ ବିଖ୍ୟାତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅର୍ଥନୀତି ଶିକ୍ଷା ଦେଇଛନ୍ତି ଅମର୍ତ୍ୟ ସେନ୍।

ମଦର ଟେରେସା

୧୯୭୯ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ ମଦର ଟେରେସା। ଶାନ୍ତିର ପ୍ରତୀକ ଭାବେ ପରିଚିତ ମଦର ଟେରେସା ସିଧାସଳଖ ଭାବେ କଲିକତା ସହିତ ଜଡିତ ନଥିଲୋ ଉତ୍ତର ମେସିଡୋନିଆ ରାଜଧାନୀ ସ୍କୁପ୍ ଜୀ ସହରରେ ମଦର ଟେରେସାଙ୍କର ଜନ୍ମଗ୍ରହଣ କରିଥିଲେ। କିନ୍ତୁ ୧୯୨୯ ମସିହାରେ ସେ ମେସିଡୋନିଆ ଛାଡ଼ି ସ୍ଥାୟୀ ଭାବେ ଭାରତକୁ ଆସିଯାଇଥିଲୋ ଦୁଃଖୀ ଦରିଦ୍ରଙ୍କ ସେବା ପାଇଁ ନିଜ ସଂପୂର୍ଣ୍ଣ ଜୀବନ ଉତ୍ସର୍ଗ କରିଥିଲୋ ଗରିବଙ୍କ କଲ୍ୟାଣ ଉଦ୍ଦେଶ୍ୟରେ କଲିକତାରେ ମିଶନାରୀ ଆରମ୍ଭ କରିଥିଲୋ ଆଉ ତାଙ୍କ ଶେଷ ନିଶ୍ୱାସ ଯାଏଁ ସେ କଲିକତାରେ ରହିଥିଲେ।

ସିଭି ରମଣ

ଭୌତିକଶାସ୍ତ୍ର କ୍ଷେତ୍ରରେ ୧୯୩୦ ମସିହାରେ ନୋବେଲ ସମ୍ମାନ ପାଇଥିଲେ ସିଭି ରମଣ। ସେ  କଲିକତା ବିଶ୍ୱବିଦ୍ୟାଳୟରେ ଭୌତିକ ବିଜ୍ଞାନ ଅଧ୍ୟାପକ ଭାବେ ସେ କାର୍ଯ୍ୟ କରୁଥିଲେ। ଏହି ସମୟରେ ତାଙ୍କୁ ନୋବେଲ ସମ୍ମାନ ମିଳିଥିଲା।

ରବିନ୍ଦ୍ରନାଥ ଟାଗୋର

କଲିକତା ଜନ୍ମମାଟିର ସୁଯୋଗ୍ୟ ସନ୍ତାନ ଭାବେ ପରିଚିତ ଥିଲେ ରବୀନ୍ଦ୍ରନାଥ ଟାଗୋରା ରବୀନ୍ଦ୍ରନାଥ ଆଉ ରବୀନ୍ଦ୍ର ସଙ୍ଗୀତ କଲିକତା ସହରର ପ୍ରଥମ ପରିଚୟ ବୋଲି ଗ୍ରହଣ କରାଯାଇଥାଏ। ବଙ୍ଗଳା ସଙ୍ଗୀତ ଓ ସାହିତ୍ୟକୁ ଏକ ନୂତନ କରିଚୟ ଦେଇଥିଲେ ରବୀନ୍ଦ୍ରନାଥ ଟାଗୋରା ୧୯୧୩ ମସିହାରେ ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ହାସଲ କରିଥିଲେ ରବୀନ୍ଦ୍ରନାଥ ଟାଗୋର। ନୋବେଲ ପୁରସ୍କାର ହାସଲ କରିଥିବା ପ୍ରଥମ ଅଣ-ଇଉରୋପୀୟ ଥିଲେ ରବୀନ୍ଦ୍ରନାଥା

ରୋନାଲ୍ଡ ରସ୍

ବ୍ରିଟିଶ୍ ଡାକ୍ତର ରୋନାଲ୍ଡ୍ ରସ୍ ଙ୍କୁ ୧୯୦୨ ମସିହାରେ ଚିକିତ୍ସା କ୍ଷେତ୍ରରେ ନୋବେଲ ପୁରସ୍କାର ମିଳିଥିଲା।  କଲିକତାର ପ୍ରେସିଡେନ୍ସି ଜେନେରାଲ୍ ହସ୍ପିଟାଲରେ ରୋନାଲ୍ଡ୍ ରୋଗୀ ଚିକିତ୍ସା କରୁଥିଲୋ ଆଜି ବି ରୋନାଲ୍ଡ୍ ରସ୍ ମେମୋରିଆଲ୍ ବିଲଡିଂ ନାମରେ  କଲିକତାରେ ଏକ ବିଲଡିଂ ରହିଛିା

Comment