ଓଡ଼ିଶାଲାଇଭ୍ ବ୍ୟୁରୋ

ଚୀନ ଦ୍ୱାରା ନିର୍ମିତ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସରକାର। ସୋମବାର କଷ୍ଟମ ବିଭାଗର ପ୍ରିନ୍ସିପାଲ କମିଶନର ଏ ନେଇ ନୋଟିସ୍ ଜାରି କରିଛନ୍ତି। କଷ୍ଟମ ବିଭାଗର ନୋଟିସ୍ ଅନୁସାରେ ଭାରତୀୟ ବଜାରରେ କୌଣସି ପ୍ରକାର ଚାଇନା ବାଣ ବିକ୍ରି ହୋଇପାରିବ ନାହିଁ।

ଏହାସହ ଏ ପ୍ରକାର ବାଣକୁ ଫୁଟାଇବା ଉପରେ ମଧ୍ୟ ରୋକ୍ ଲଗାଇଯାଇଛି। ଯଦି କୌଣସି ବ୍ୟକ୍ତି ଏହି ନିୟମ ଉଲଘଂନ କରି ଚାଇନିଜ୍ ବାଣ ବିକିଲେ କିମ୍ବା ଫୁଟାଇଲେ ତେବେ କଷ୍ଟମ ନିୟମ ୧୯୬୨ ଅନୁସାରେ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଚୀନ ଦ୍ୱାରା ନିର୍ମିତ ବାଣଗୁଡ଼ିକ ବିନା ଅନୁମତିରେ ଭାରତୀୟ ବଜାରରେ ପ୍ରବେଶ କରୁଛି। ଏହି ବାଣଗୁଡ଼ିକ ଫୁଟିବା ଦ୍ୱାରା ପରିବେଶ ବହୁଳ ପରିମାଣରେ ଦୂଷିତ ହେଉଛି। ଏହାସହ ଏହି ବାଣଗୁଡ଼ିକରେ କପର ଅକସାଇଡ୍, ଲିଥିୟମ ଭଳି ରାସାୟନିକ ପଦାର୍ଥ ରହିବା କାରଣରୁ ଏହା ପରିବେଶ ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ଚୀନ ଦ୍ୱାରା ନିର୍ମିତ ସମସ୍ତ ଚାଇନା ବାଣ ଉପରେ ବ୍ୟାନ୍ ଲଗାଇଛନ୍ତି ସରକାର।

Comment