ଓଡ଼ିଶାଲାଇଭ୍ ବ୍ୟୁରୋ

ହରିୟାଣା ବିଧାନସଭା ନିର୍ବାଚନର ଆଜି ଭୋଟ ଗଣତି ଚାଲିଛି। ବର୍ତ୍ତମାନର ରିପୋର୍ଟ ଅନୁସାରେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି।

ତେବେ ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ପାଇବା ଦୁଇ ଦଳ ପାଇଁ ଅସମ୍ଭବ ଜଣାପଡୁଛି। ଏପରି ପରିସ୍ଥିତିରେ ଜନନାୟକ ଜନତା ପାର୍ଟି ସରକାର ଗଠନରେ ମୁଖ୍ୟ ଭୂମିକା ନେବ ବୋଲି କୁହାଯାଇଛି।

ଜନନାୟକ ଜନତା ପାର୍ଟିର ନେତା ଦୁଷ୍ମନ୍ତ ଚୌଟାଲା ବର୍ତ୍ତମାନ ବିଜେପି ଓ କଂଗ୍ରେସର ବରିଷ୍ଠ ନେତାଙ୍କ ସହ ଆଲୋଚନା କରୁଛନ୍ତି। ତେବେ ସେ କାହାକୁ ସମର୍ଥନ ଦେବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ଥିର ହୋଇନି।

ହରିୟାଣାରେ ମୋଟ ୯୦ଟି ବିଧାନସଭା ଆସନ ରହିଛି। ସରକାର ଗଠନ ପାଇଁ କୌଣସି ଦଳ କିମ୍ବା ମେଣ୍ଟକୁ ୪୬ଟି ଆସନ ଜିତିବାକୁ ହେବ।

Comment