ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ଏମ୍‌ସ ଡାକ୍ତରଖାନାରେ ଡାକ୍ତରଙ୍କୁ ଦେଖାକରିବା ପାଇଁ ବା ଟିକେଟ୍‌ କାଟିବା ପାଇଁ ଆପଣଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆପଣ ଘରେ ବସି ଅନ୍‌ଲାଇନ୍‌ରେ ଡାକ୍ତରଙ୍କଠାରୁ ଆପଏଣ୍ଟମେଣ୍ଟ ଆଣିପାରିବେ।

ଅନଲାଇନ୍ ଜରିଆରେ ଆପଣ ଘରେ ବସି ଏହି ସୁବିଧା ପାଇପାରିବେ।

କେମିତି କରିବେ ରେଜିଷ୍ଟ୍ରେସନ?

ଏଥିପାଇଁ ଆପଣ ପ୍ରଥମେ https://ors.gov.in/index.html ଏହି ଲିଙ୍କରେ କ୍ଲିକ୍ କରନ୍ତୁ। ଏହାପରେ ଆପଣ ‘Book appointment now’ ଅପ୍‌ସନରେ କ୍ଲିକ୍ କରିବାକୁ ପଡ଼ିବ।

ଆପଣ ଏହାପରେ ନିଜର ମୋବାଇଲ ନମ୍ବର ଦେବେ। ତା ପରେ ଆପଣଙ୍କ ନମ୍ବରକୁ ଗୋଟିଏ ଓଟିପି ନମ୍ବର ଆସିବ। ଏହି ଓଟିପି ନମ୍ବରକୁ ଆପଣଙ୍କୁ ସେଠାରେ ଦେବାକୁ ପଡ଼ିବ।

ଏହାପରେ ଆପଣଙ୍କ ଆଗରେ ଆଉ ଗୋଟିଏ ସ୍ଲାଇଡ୍ ଖୋଲିଯିବ। ଏଥିରେ ଆପଣ ‘I have a Aadhar’ ଅପସନରେ କ୍ଲିକ୍ କରିବେ।

ଏହାପରେ ଆପଣଙ୍କ ରାଜ୍ୟର ନାଁ ସହ ମେଡିକାଲ ନାଁ ସ୍ଥାନରେ ଏମସ୍ ଅପସନକୁ ବାଛନ୍ତୁ। ଏହାପରେ ଆପଣ ନିଜର ଇଚ୍ଛା ଅନୁସାରେ କୌଣସି ଦିନ ଡାକ୍ତରଙ୍କୁ ସାକ୍ଷାତ କରିବା ପାଇଁ ଆବେଦନ କରିପାରିବେ।

ଏହାପରେ ଆପଣ ନିଜର ଆଧାରକାର୍ଡକୁ ଯାଞ୍ଚ କରାଇ ସାରିବା ପରେ ଆପଣଙ୍କ ପାଖକୁ ଗୋଟିଏ ମେସେଜ୍ ଆସିବ।

ଏଥିରେ ଡାକ୍ତରଙ୍କୁ ଦେଖାକରିବା ଦିନ,ବାର,ସମୟ ଆଦି ସମସ୍ତ ତଥ୍ୟ ଲେଖାହୋଇଥିବ।

Comment