ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାର ବିଧାୟକମାନଙ୍କ ପାଇଁ ନିର୍ମାଣ ହେବ ୭ ମହଲା କୋଠା। ଏହି କୋଠା କେମିତି ନିର୍ମାଣ ହେବ ତାର ଡିଜାଇନ୍‌ ଶେଷ ହୋଇଛି। ବିଧାୟକମାନେ କ୍ୱାର୍ଟର୍ସ ଛାଡ଼ିବା ପରେ ପୂର୍ତ୍ତ ବିଭାଗ କାମ ଆରମ୍ଭ କରିବ। ରବୀନ୍ଦ୍ର ମଣ୍ଡପ ପଛପଟେ ଥିବା ଏହି କୋଠା ନିର୍ମାଣ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି।

‘‘ଦିଲ୍ଲୀରେ ସାଂସଦମାନଙ୍କ ପାଇଁ ଯେମିତି ବହୁତଳ ପ୍ରାସାଦ ତିଆରି ହେଉଛି ଠିକ୍‌ ସେହିପରି ଓଡ଼ିଶାରେ ମଧ୍ୟ ସମାନ ଢଙ୍ଗରେ କୋଠା ନିର୍ମାଣ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଦିନେ ଦୁଇଦିନ ଭିତରେ ବିଧାୟକମାନଙ୍କୁ କ୍ୱାର୍ଟର୍ସ ଛାଡ଼ିବାକୁ ନୋଟିସ୍‌ ଦିଆଯିବ। ସେମାନଙ୍କୁ ଅନ୍ୟ ଜାଗାରେ ଥଇଥାନ କରାଯିବ। କୋଠା ନିର୍ମାଣ ଶେଷ ହେଲେ ସେମାନେ ପୁଣି ଏଠାକୁ ସ୍ଥାନାନ୍ତର ହେବେ। ପ୍ରାୟ ୧୫୦ ବିଧାୟକ ରହିବା ପାଇଁ ସୁବିଧା ରହିବ। ’’, କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର।

୭ ମହଲା କୋଠାରେ କ’ଣ ରହିବ ସୁବିଧା?

ନୂଆ ଡିଜାଇନ୍‌ରେ ନିର୍ମାଣ ହେବ ୭ ମହଲା କୋଠା। ଏଥିରେ ବିଧାୟକମାନଙ୍କ ରହିବା ପାଇଁ ସବୁ ସୁବିଧା ରହିବ। ବିଧାୟକ ଓ ତାଙ୍କ ପରିବାର ରହିବା ପାଇଁ ବେଡ୍‌ ରୁମ୍‌ ରହିବ। ନିର୍ବାଚନମଣ୍ଡଳୀରୁ ଲୋକମାନେ ଆସିଲେ ସେମାନଙ୍କ ସହ ଆଲୋଚନା କରିବା ପାଇଁ ମିଟିଂ ହଲ୍‌ ରହିବ।

ଏହାସହ ଗ୍ରାଉଣ୍ଡ ଫ୍ଲୋର୍‌ରେ କ୍ୟାଣ୍ଟିନ୍‌, ଜିମ୍‌, ଲାଇବ୍ରେରୀର ସୁବିଧା ରହିବ। ଅତ୍ୟାଧୁନି ଢାଞ୍ଚାରେ ଏହି କୋଠା ନିର୍ମାଣ କରାଯିବ। ଏଥିପାଇଁ ୪୦୦ କୋଟି ଟଙ୍କା ବ୍ୟୟବରାଦ କରାଯିବ।

Comment