ଓଡ଼ିଶାଲାଇଭ ବ୍ୟୁରୋ

ଜମ୍ମୁ କଶ୍ମୀରର ସୋପୋରରେ ଆତଙ୍କବାଦୀ ଆକ୍ରମଣ। ବସଷ୍ଟାଣ୍ଡ ଉପରକୁ ଗ୍ରେନେଡ ମାଡ଼ କରିଛନ୍ତି ଆତଙ୍କବାଦୀ। ଏହି ଆକ୍ରମଣରେ ୧୫ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି। ଆହତ ଲୋକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଏହାସହ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ସୋମବାର ୪ଟା ୧୫ ସମୟରେ ସୋପୋରସ୍ଥିତ ହୋଟେଲ ପ୍ଲାଜା ନିକଟରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଥିଲେ। ଖବର ପାଇ ଭାରତୀୟ ଯବାନ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳକୁ ଘେରାଉ କରିଥିଲେ। ଆତଙ୍କୀଙ୍କୁ ଧରିବାକୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

କଶ୍ମୀରରେ କଡ଼ା ସୁରକ୍ଷା ଭିତରେ ମଧ୍ୟ ଆତଙ୍କବାଦୀମାନେ ସକ୍ରିୟ ଅଛନ୍ତି। ୨୬ ଅକ୍ଟୋବରକୁ ମଧ୍ୟ ଆତଙ୍କବାଦୀମାନେ କରଣ ନଗରରେ ଭାରତୀୟ ସେନାଙ୍କୁ ଗ୍ରିନେଡ ମାଡ଼ କରିଥିଲେ।

LEAVE A REPLY

Please enter your comment!
Please enter your name here