ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଉପରେ ଆଧାରିତ ଓଡ଼ିଆ ଫିଲ୍ମ ‘ପାଟଣାଗଡ଼’ କୋଲକାତା ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ସ୍କ୍ରିନିଂ ପାଇଁ ମନୋନୀତ ହୋଇଥିଲ। ତେବେ ଶେଷ ମୂହୁର୍ତ୍ତରେ ପୀଡ଼ିତଙ୍କ ପରିବାର ପକ୍ଷରୁ ଲିଗାଲ ନୋଟିସ୍‌ ପଠାଯିବା ପରେ ଏହା ସ୍କ୍ରିନଂକୁ ବନ୍ଦ କରିଦିଆଯାଇଛି।

ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିବା ସୋମ୍ୟ ଶେଖର ସାହୁଙ୍କ ପରିବାର ପକ୍ଷରୁ ଫିଲ୍ମ ନିର୍ମାତାଙ୍କ ବିରୋଧରେ ନୋଟିସ୍‌ ପଠାଯାଇଛି। ପ୍ରଥମତଃ ଫିଲ୍ମର ପ୍ରଯୋଜକ ସିଦ୍ଧାର୍ଥ ମାର୍ଥା ଏବଂ ନିର୍ଦ୍ଦେଶକ ରାଜେଶ ଟଚ୍‌ରିଭର ବିନା ଅନୁମତିରେ ‘ପାଟଣାଗଡ଼’ ଫିଲ୍ମ ନିର୍ମାଣ କରିଛନ୍ତି। ଦ୍ୱିତୀୟତଃ ଏହି ଫିଲ୍ମର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ହିରୋ ଭୂମିକାରେ ଦର୍ଶାଯିବାକୁ ବିରୋଧ କରିଛନ୍ତି ପରିବାରବର୍ଗ।

ଏହା ଦ୍ୱାରା ସମାଜ ଉପରେ କୁପ୍ରଭାବ ପଡ଼ିବା ଦର୍ଶାଇ ପୀଡ଼ିତ ପରିବାର ନୋଟିସ୍‌ ଜାରି କରିବା ପରେ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଫିଲ୍ମର ସ୍କ୍ରିନିଂ ବନ୍ଦ କରିଦିଆଯାଇଛି। ଆସନ୍ତା ନଭେମ୍ବର ୮ରେ ‘ପାଟଣାଗଡ଼’ ଫିଲ୍ମ ରିଲିଜ ହେବାକୁ ଯାଉଛି।

Comment