ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାରର ହଟିଆରେ ହେବାକୁ ଥିବା ପ୍ରସିଦ୍ଧ ଛଟ୍‌ପୂଜା ପାଇଁ ସ୍ୱତନ୍ତ୍ର ଟ୍ରେନ ଘୋଷଣା କରିଛି ରେଳବିଭାଗ। ଏହି ଟ୍ରେନଟି ପୁରୀରୁ ହଟିଆ ପର୍ଯ୍ୟନ୍ତ ଯାତ୍ରା କରିବ। ଭିଡ଼ କମାଇବା ପାଇଁ ଏହି ସ୍ଵତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି।

ଏହି ଟ୍ରେନଟି ଅକ୍ଟୋବର ୩୦ ତାରିଖ ଦିନ ମଧ୍ୟାହ୍ନ ୧.୩୦ରୁ ପୁରୀରୁ ବାହାରି ହଟିଆ ଅଭିମୁଖେ ଯାତ୍ରା କରିବ। ଟ୍ରେନଟି ପୁରୀ ଷ୍ଟେସନରୁ ବାହାରି ଭୁବନେଶ୍ୱର, କଟକ, ଢ଼େଙ୍କାନାଳ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଦେଇ ହଟିଆରେ ପହଞ୍ଚିବ।

ସେହିପରି ଟ୍ରେନଟି ଅକ୍ଟୋବର ୩୧ ତାରିଖ ସକାଳ ୯ଟାରୁ ହଟିଆରୁ ବାହାରି ଭୁବନେଶ୍ୱରକୁ ଆସିବ। ଯାତ୍ରୀମାନେ ସାଧାରଣ ବୁକିଙ୍ଗ୍ କାଉଣ୍ଟର କିମ୍ବା ଆଇଆରସିଟିସି ୱେବସାଇଟରେ ଯାଇ ଟିକେଟ୍ ବୁକିଂ କରିପାରିବେ।

Comment