ଓଡ଼ିଶାଲାଇଭ୍‌ ବ୍ୟୁରୋ

 (ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂପୁର ବ୍ଲକରେ ଗରିବ ଡଙ୍ଗରିଆଙ୍କୁ ଶ୍ରମିକ ପଞ୍ଜିକରଣ କାର୍ଡ କରିଦେବା କହି ଟଙ୍କା ନେଇ ଦଲାଲ ଫେରାର୍‍।

ଡଙ୍ଗରିଆ ଆଦିବାସୀଙ୍କୁ ଏପରି କାର୍ଡ କରାଇଦେବା ପ୍ରତିଶ୍ରୁତି ଦେଇ ପ୍ରତି ବ୍ୟକ୍ତିଙ୍କ ଠାରୁ ୫୨୦ଟଙ୍କା ଆଦୟ କରି ଚମ୍ପଟ ମାରିଛି ଅଭିଯୁକ୍ତ। ତେବେ ବାରମ୍ବାର ଦଲାଲଙ୍କୁ ଯୋଗାଯୋଗ କରି ବିଫଳ ହୋଇଥିବାରୁ କଲ୍ୟଣସିଂହପୁର ବ୍ଲକର ୮ଟି ଗ୍ରାମର ଶତାଧିକ ଗ୍ରାମବାସୀ ସ୍ଥାନୀୟ ଶ୍ରମ କାର୍ଯ୍ୟଳୟ ସମ୍ମୁଖରେ ବସି ବିକ୍ଷୋଭ କରିଛନ୍ତି।

ବିଗତ ଦୁଇ ବର୍ଷ ପୂର୍ବେ ନିତ୍ୟାନନ୍ଦ ପ୍ରଧାନ ନାମକ ବ୍ୟକ୍ତି ଶ୍ରମ କାର୍ଡ କରାଇଦେବା କହି ପାର୍ସାଲି, ବୋଣ୍ଡେଲି, ପାଞ୍ଚକୋଡି, ତେବାପଡା, କାଣ୍ଡଶୋରି ଓ ପୋରାମୁଲି ଗ୍ରାମବାସୀନ୍ଦାଙ୍କଠୁ ୫୨୦ଟଙ୍କା ଲେଖାଏଁ ମୋଟ ୧୨ହଜାର ଟଙ୍କା ଆଦାୟ କରିଥିଲେ।

ଟଙ୍କା ନେବା ପରେ ମଧ୍ୟ ଦୀର୍ଘ ଦିନ ବିତିଯାଇଥିଲେ ସୁଦ୍ଧା ଶ୍ରମକାର୍ଡ ବାବଦକୁ ଗ୍ରାମବାସୀ ପଚାରିଲେ ସମ୍ପୃକ୍ତ ଦଲାଲ କୌଣସି ଉତ୍ତର ଗ୍ରାମବାସୀଙ୍କୁ ଦେଇ ନ ଥିଲେ ବିଗତ କିଛି ମାସରୁ ଉକ୍ତ ଦଲାଲ୍‍ ଫେରାର୍‍ ହୋଇଯିବାରୁ ଗ୍ରାମବାସୀ ନିରୂପାୟ ହୋଇ ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Comment