ଓଡ଼ିଶାଲାଇଭ୍ ବ୍ୟୁରୋ

ଇଣ୍ଡିଆନ୍ ଆଇଡଲର ଜଣେ ପ୍ରତିଯୋଗୀଙ୍କୁ ସୋ’ର ଜଜ୍ ନେହା କକ୍କର ୧ ଲକ୍ଷ ଟଙ୍କା ଦେଇଛନ୍ତି। ସୋ’ର ଏକ ଏପିସୋଡରେ ନେହା ଏହା ଘୋଷଣା କରିଥିଲେ।

ଝାଡ଼ଖଣ୍ଡର ଦିବସ ନାମକ ଜଣେ ପ୍ରତିଯୋଗୀ ଇଣ୍ଡିଆନ୍ ଆଇଡଲରେ ଅଂଶଗ୍ରହଣ କରିବାକୁ ଆସିଥିଲେ। ଦିବସ କ୍ୟାଣ୍ଟିନରେ କାମ କରିବା ସହ ଲୋକଙ୍କ ଅଇଁଠା ପ୍ଲେଟ ଧୋଉଥିବା ନେହା କକ୍କର ଜାଣିବାକୁ ପାଇଥିଲେ। ଏହାପରେ ସେ ତାଙ୍କୁ ୧ ଲକ୍ଷ ଟଙ୍କା ଦେବେ ବୋଲି ସମସ୍ତଙ୍କ ଆଗରେ କହିଥିଲେ।

ନେହାଙ୍କଠାରୁ ୧ଲକ୍ଷ ଟଙ୍କା ପାଇବା ପରେ ଦିବସ ତାଙ୍କ ଗାଁ କୁ ଯାଇ ତାଙ୍କ ବାପ ମାଙ୍କୁ ସାକ୍ଷାତ କରିଛନ୍ତି। ଦିବସଙ୍କ ଗୀତ ଶୁଣିବା ପରେ ବିଗ୍ ବି ଅମିତାଭ୍ ବଚ୍ଚନ ମଧ୍ୟ ତାଙ୍କ ଗୀତକୁ ଟୁଇଟରରେ ସେଆର କରିଥିଲେ।

Comment