ଓଡ଼ିଶାଲାଇଭ୍ ବ୍ୟୁରୋ

 

ମୋବାଇଲକୁ ଚାର୍ଜରେ ଲଗାଇ କଥା ହେବା ବେଳେ ବିସ୍ଫୋରଣ, କେଉଁଠି କିଏ ଗୁରୁତର ଏଭଳି ଖବର ଏବେ ମିଡିଆରେ ଆପଣ ଶୁଣୁଥିବେ। କିଛି ଲୋକ ଏହାକୁ ସତ ଭାବୁଛନ୍ତି ଏବଂ କିଛି ଲୋକ ଏଭଳି ଅଘଟଣକୁ ମିଛ କହି ଏଡ଼ାଇ ଦେଉଛନ୍ତି। ହେଲେ ଏଭଳି ଖବର ସତ। ମୋବାଇଲକୁ ଚାର୍ଜରେ ବସାଇବା ସମୟରେ ଫୋନ୍‌ରେ କଥା ହେବା ବିପଜ୍ଜନକ। ଏନେଇ ଗବେଷକମାନେ ମତ ରଖିଛନ୍ତି।

ମୋବାଇଲ ଫୋନ୍‌ ବ୍ୟାଟେରୀ ମ୍ୟାନେଜ୍‌ମେଣ୍ଟ ସଫ୍ଟଓ୍ୱେୟାର ଦ୍ୱାରା ବ୍ୟାଟେରୀ ପରିଚାଳିତ ହୋଇଥାଏ। ମୋବାଇଲ ଚାର୍ଜ କରିବା ବେଳେ ବ୍ୟାଟେରୀ ଗରମ ହୋଇଥାଏ। ଫଳରେ ଦୁର୍ଘଟଣା ହେବାର ଆଶଙ୍କା ଅଧିକ ଥାଏ।

ଏହାଛଡ଼ା ମୋବାଇଲ ବ୍ୟାଟେରି ୬୦ କିମ୍ବା ୭୦ ପ୍ରତିଶତ ଚାର୍ଜ ଥିଲେ ମଧ୍ୟ ତାକୁ ଚାର୍ଜ କରିବାର ଅଭ୍ୟାସ ଲୋକମାନଙ୍କଠାରେ ଥାଏ। କିନ୍ତୁ ଏହା ମୋବାଇଲ୍‌ର ଡିଭାଇସ୍ ଉପରେ ପ୍ରଭାବ ପଡ଼ିଥାଏ ଏବଂ ଏହାର ଜୀବନ କାଳ ଉପରେ ପ୍ରଭାବ ପକାଇଥାଏ ବୋଲି ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ଖଡଗପୁରର ମେଟାଲର୍ଜିକାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ସିଦ୍ଧାର୍ଥ ଦାସ।

ଯେତେବେଳେ ସେତେବେଳେ ମୋବାଇଲ୍ ରିଚାର୍ଜ କରିବା କିମ୍ବା ୨୦ ପ୍ରତିଶତ ଉପରକୁ ଚାର୍ଜ ଥିଲେ ଏହାକୁ ପୁଣି ଥରେ ଚାର୍ଜରେ ବସାଇବା ଦ୍ୱାରା ବ୍ୟାଟେରୀ ଖରାପ ହୋଇଯାଇଥାଏ।

Comment