ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡା ସହରସ୍ଥିତ ସିଆରପିଏଫ ଚତୁର୍ଥ ବାଟାଲିୟନ ପକ୍ଷରୁ ଗୁରୁବାର ସରଦାର ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଜାତୀୟ ଏକତା ଦିବସ ପାଳିତ ହୋଇଛି। ଏହି ଅବସରରେ ସ୍ଥାନୀୟ ପାୱାର ହାଉସ ଛକଠାରୁ ଜିସିଡି ଉଚ୍ଚ ବିଦ୍ୟାଳୟ ଖେଳପଡାଆ ଯାଏଁ ଏକ ଗଣ ଦୌଡ ଆୟୋଜିତ ହୋଇଥିଲା।।

ମୁଖ୍ୟ ଅତିଥି ରୂପେ ଜିଲା ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ କାର୍ଯ୍ୟକ୍ରମରେ ଯୋଗଦେଇ ଗଣଦୌଡରେ ଅଂଶଗ୍ରହଣ କରିଥିଲେ।

ଏହି ଅବସରରେ କମାଣ୍ଡାଣ୍ଟ ୱାଇ.କେ ରାଜପୁତ, ବିଏସଏଫ କମାଣ୍ଡାଣ୍ଟ ୟୋଗେନ୍ଦ୍ର ଅଗ୍ରୱାଲ, ଦ୍ୱିତୀୟ କମାଣ୍ଡାଣ୍ଟ ମିତୁ ରଏ, ଡେପୁଟି କମାଣ୍ଡାଣ୍ଟ ସନ୍ତୋଷ କୁମାର, ଏକେ ପୁରୋହିତ ଓ ଅନ୍ୟ ଯୱାନଙ୍କ ସମେତ ଏନସିସି, ଜିସିଡି ଉଚ୍ଚ ବିଦ୍ୟାଳୟ ବିଦ୍ୟାର୍ଥୀ ଏବଂ ସହରସ୍ଥ ଅନ୍ୟ ସରକାରୀ ବିଦ୍ୟାଳୟ ବିଦ୍ୟାର୍ଥୀ ଗଣଦୌଡ଼ରେ ଅଂଶ ଗ୍ରହଣ କରିଥିଲେ।

Comment