ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାଇ ଭାଇଙ୍କ ଭିତରେ ଥିବା ସ୍ନେହ, ପ୍ରେମ, ଭଲ ପାଇବା ଆଜିବି ବଞ୍ଚିଛି। ଦୁଇ ଭାଇଙ୍କ ମଧ୍ୟରେ ରକ୍ତ ସଂପର୍କର ନିବିଡ଼ତା ଏତେ ଥିଲା ଯେ ବଡ଼ଭାଇର ମତ୍ୟୁ ଦେଖି ସାନ ଭାଇର ହୃଦଘାତରେ ମୃତ୍ୟୁ ଘଟିଛି। ଏମିତି ଏକ ହୃଦୟ ବିଦାରକ ଘଟଣା ଅନୁଗୁଳ ଜିଲ୍ଲା ପାଲଲହଡ଼ା ସିଡ଼ିଙ୍ଗ ଗାଁରେ।

ସିଡ଼ିଙ୍ଗ ଗାଁରେ ଦୀପକ ସାମଲ ନାମକ ଜଣେ ବ୍ୟକ୍ତିଙ୍କୁ କ୍ୟାନ୍ସର ହୋଇଥିଲା। ବଡ଼ ଭାଇ ଦୀପକଙ୍କର ଶୁକ୍ରବାର କଟକ ବଡ଼ ମେଡିକାଲରେ କ୍ୟାନ୍ସର ଯୋଗୁଁ ମୃତ୍ୟ ହୋଇଥିଲା। ବଡ଼ ଭାଇଙ୍କ ମୃତଦେହ ଦେଖି ସାନଭାଇଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା।

Comment