ଓଡ଼ିଶାଲାଇଭ୍ ବ୍ୟୁରୋ

ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ପୁରୀର ଆଇନ ଶୃଙ୍ଖଳା ବ୍ୟବସ୍ଥା। କୋଣାର୍କ ଗୋପ ଛକ ନିକଟରେ ଜଣେ ଠିକାଦାରଙ୍କୁ ୨ ଜଣ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହେବା ବେଳେ ସ୍ଥାନୀୟ ଲୋକମାନେ କାବୁ କରି ନିସ୍ତୁକ ପିଟିଲେ।

କିଛି ଦିନ ଧରି ଠିକାଦାର ଉମାକାନ୍ତ ସାହୁଙ୍କୁ ୨ ଜଣ ଦୁର୍ବୃତ୍ତ ବଟି ଦେବା ପାଇଁ ଧମକ ଦେଉଥିଲେ। କିନ୍ତୁ ଉମାକାନ୍ତ ବଟି ନ ଦେବାରୁ ଏହି ଦୁର୍ବୃତ୍ତ ତାଙ୍କୁ ଆଖିବୁଜା ଗୁଳିମାଡ଼ କରି ଫେରାର ହେବାକୁ ଚେଷ୍ଟା କରିଥିଲେ। ହେଲେ ଫେରାର ହେବା ବେଳେ ସ୍ଥାନୀୟ ଲୋକଙ୍କର ହାବୁଡ଼ରେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଧରିବା ପରେ ନିସ୍ତୁକ ଛେଚି ଥିବା ସହ ସେମାନେ ଆସିଥିବା ସ୍କୁଟିକୁ ଲୋକମାନେ ଜାଳି ଦେଇଛନ୍ତି।

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଗୁଳି ମାଡ଼ରେ ଗୁରୁତର ଆହତ ଠିକାଦାର ଉମାକାନ୍ତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

Comment