ଓଡ଼ିଶାଲାଇଭ ବ୍ୟୁରୋ

ରବିବାର ଭାରତ-ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚରେ ବାଂଲାଦେଶଠାରୁ ଭାରତ ୭ ଓ୍ଵିକେଟରେ ପରାସ୍ତ ହୋଇଛି। ଏହାସହ ଭାରତ ଟି-୨୦ ଇତିହାସରେ ପ୍ରଥମ ଥର ପାଇଁ ବାଂଲାଦେଶଠାରୁ ପରାସ୍ତ ହୋଇଛି। ଏହି ମ୍ୟାଚ ଜିତି ବାଂଲାଦେଶ ୧-୦ରେ ଆଗୁଆ ରହିଛି। ତେବେ ଏହି ମ୍ୟାଚରେ ଭାରତ ବାଂଲାଦେଶଠାରୁ ହାରିବାର କିଛି କାରଣ ରହିଛି।

କ୍ୟାପଟେନ ହିସାବରେ ରୋହିତ ଶର୍ମାଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରୁଥିଲା। ହେଲେ ଏହି ମ୍ୟାଚରେ ରୋହିତ କେବଳ ୯ରନ କରିଥଇଳଏ। ସେହିପରି ଚହଲଙ୍କ ଗୋଟିଏ ଓଭରରେ ଦୁଇଟି ରିଭ୍ୟୁ ନନେବାର ଭୁଲ କରିଥିଲେ ରୋହିତ କାରଣ ରିପ୍ଲେରେ ଏହା ଆଉଟ ବୋଲି ଜଣାପଡ଼ିଥିଲା।

ସେହିପରି ଧୋନିଙ୍କ ଉତ୍ତରଧିକାରୀ କୁହାଯାଉଥିବା ରିଷବ ପନ୍ତ ଏଥର ମଧ୍ୟ ଫେଲ ମାରିଥିଲେ। ବ୍ୟାଟିଂ କରି ସେ ୨୬ ବଲରେ ୨୭ ରନ କରିଥିଲେ। ଏହାସହ ରିଭ୍ୟୁ ନେବାରେ ମଧ୍ୟ ଟିମ୍‌କୁ ସହାୟତା କରିନଥିଲେ।

ଯଶପ୍ରିତ ବୁମରାଙ୍କ ଅନୁପସ୍ଥିତିରେ ଟିମ୍‌ ଖଲିଲ ଅହମ୍ମଦଙ୍କ ଉପରେ ଭରସା କରିଥିଲା। ହେଲେ  ଖଲିଲ ଟିମ୍‌ ପାଇଁ ଭଲ ପ୍ରଦର୍ଶନ କରିପାରିନଥିଲେ। ସେ ୪ ଓଭର ବୋଲିଂ କରି ୩୭ ରନ୍‌ ଦେଇଥିଲେ। ହେଲେ ବାଂଲାଦେଶକୁ ଜିତିବାକୁ ୧୨ ବଲରେ ୨୨ରନ ଦରକାର ହେଉଥିବା ବେଳେ ଖଲିଲ ଗୋଟିଏ ଓଭରରେ ୧୮ ଦେଇ ବାଂଲାଦେଶକୁ ବିଜୟ ଦ୍ଵାରରେ ପହଞ୍ଚାଇ ଥିଲେ।

LEAVE A REPLY

Please enter your comment!
Please enter your name here